ମେ ୨୬ ତାରିଖରେ ଦେଖାଯିବ ଚଳିତ ବର୍ଷର ସୁପରମୁନ୍‌, ରକ୍ତ ବର୍ଣ୍ଣ ବା ଲାଲ୍‌ ରଙ୍ଗ ଧାରଣ କରିବ ଚନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ମେ ୨୬ ତାରିଖରେ ଦେଖାଯିବ ଚଳିତ ବର୍ଷର ସୁପରମୁନ୍‌। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିବାବେଳେ ଏହା ଆମଠାରୁ ପ୍ରାୟ ୩.୫ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ଏବଂ ସବୁଠାରୁ ଦୂରରେ ରହିଥିବାବେଳେ ଏହା ଆମଠାରୁ ୪.୦୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ଯଦି ଚନ୍ଦ୍ର ଆମଠାରୁ ୩. ୬୦ଲକ୍ଷ କିଲୋମିଟର ବା ତା ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତାହେଲେ ସେହି ଚନ୍ଦ୍ରକୁ ସୁପରମୁନ୍‌ କୁହାଯାଏ।

ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ନ ୩ଟା ୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ ସମୟରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍‌ ରଙ୍ଗ ଧାରଣ କରେ। ୪ଟା ୪୧ ମିନିଟ୍‌ରୁ ୪ଟା ୫୫ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ପ୍ରକୃଷ୍ଟ ସମୟ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ ଅନଲାଇନ୍‌ରେ ଲାଇଭ୍‌ ଦେଖିବାର ବ୍ୟବସ୍ଥା କରାଯାଇଛି।