କଶ୍ମୀର ପ୍ରସଙ୍ଗକୁ ସମର୍ଥନ କରିବାରୁ ଓଲିଉଡ୍ ଷ୍ଟାର୍ ସବ୍ୟସାଚୀଙ୍କୁ ବିଦେଶରୁ ଧମକ

ଭୁବନେଶ୍ୱର (କେ ନ୍ୟୁଜ୍) : ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ । ଗତକାଲି ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସବ୍ୟସାଚୀ ଏହାକୁ ସମର୍ଥନ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟସରେ ଲେଖା ଛାଡ଼ିଥିଲେ । ତେବେ ବିଶେଷ କରି ଇନଷ୍ଟାଗ୍ରାମ୍ରେ ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକ ମଧ୍ୟ ଆସିଲା । ଦେଶ ଓ ବିଦେଶରୁ ତାଙ୍କୁ ଏଭଳି ମେସେଜ୍ ଆସିବା ସହ ଆକାଉଣ୍ଟ ହ୍ୟାକ୍ କରିବା ଲାଗି ମଧ୍ୟ ଧମକ ଦିଆଗଲା । ଏ ନେଇ ସେ କମିଶନରେଟ୍ ପୋଲିସ୍କୁ ମଧ୍ୟ ଜଣାଇଛନ୍ତି । ଏହା ସହିତ ଜନସାଧାରଣଙ୍କୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି ଯେ ଦେଶରେ ଅଶାନ୍ତି ସୃଷ୍ଟି କରିବା ଲାଗି କିଛି ଭାରତ ବିରୋଧୀ ଲୋକ ସୋସିଆଲ ମିଡିଆରେ ଉଦ୍ୟମ ଚାଲିଛି । ଏଥିପ୍ରତି ସଚେତନ ରହିବା ଜରୁରୀ ବୋଲି ସବ୍ୟସାଚୀ କହିଛନ୍ତି ।