୧୨ ଦିନପରେ ଜଳିବ ବଡ଼ଦାଣ୍ଡ, ସପ୍ତାହକ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମିଳିବ ବିଦ୍ୟୁତ୍ ସେବା

ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଜୁଳି। ସରକାରୀ କାର୍ଯ୍ୟଳୟକୁ ବି ବିଦ୍ୟୁତ ସଂଯୋଗ ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ସପ୍ତାହକ ମଧ୍ୟରେ ପର‌୍ୟ୍ୟାୟକ୍ରମେ ମିଳିବ ବିଦ୍ୟୁତ୍ ସେବା। ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଧୈର୍ଯ୍ୟ ଧରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେପଟେ ଆଜି ପୁରୀ ଗସ୍ତରେ ଯାଇ ବାତ୍ୟା ପରବର୍ତ୍ତୀ ଅଗ୍ରଗତି କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ବାତ୍ୟା ଯୋଗୁ ପୁରୀକୁ ଯାଇଥିବା ୨୨୦ କେଭି ଲାଇନରେ ୭୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି। ଏହାସହ ୧୩୨ କେଭି ଚନ୍ଦକା ପୁରୀ ଲାଇନରେ କ୍ଷତିଗ୍ରସ୍ତ ହୋଇଛି ୨୫ଟି ଟାୱାର। ସେହିପରି ୧୩୨ କେଭି ଖୋର୍ଦ୍ଧା ପୁରୀ ଲାଇନର ୩୦ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି। ମରାମତି କାମ ଜୋରସୋରରେ ଚାଲିଛି। ମୋଟ ଭାବେ ଏହି ଲାଇନ ଗୁଡିକରେ ୪୫୦୦ ବିଦ୍ୟୁତ କର୍ମଚାରୀ ନିୟୋଜିତ ଅଛନ୍ତି ।