ଦିନ ଆରମ୍ଭରୁ କ’ଣ କହୁଛି ଆପଣଙ୍କ ରାଶି, ଜାଣନ୍ତୁ

ମେଷ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
କର୍କଟ : ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।
ସିଂହ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କନ୍ୟା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।
ତୁଳା : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।
ବିଛା : ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।
ଧନୁ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
ମକର : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
କୁମ୍ଭ : ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
ମୀନ : ପୂର୍ବରୁ ସମୟ ଖରାପ ଥିଲା। କିନ୍ତୁ ଏବେ ଭଲ ସମୟ ଆସିଛି। ଏଣୁ ଉଦ୍ୟମରେ ସଫଳତା ମିଳିବ। ନୂତନ କାମକୁ କାର୍ଯ୍ୟକାରୀ କରିବେ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ।