ଆଜି ନବରାତ୍ରୀର ଚତୁର୍ଥ ଦିନରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ ଦଶଦିଗ ଉଦଭାସିତ ହୋଇଥାଏ। ମାଆ ଙ୍କର ଭୁଜ ସଂଖ୍ୟା ଆଠ, ମା ଅଷ୍ଟଭୁଜା ଅଟନ୍ତି। କମଣ୍ଡଳୁ, ଧନୁ ବାଣ, କମଳ ପୁଷ୍ପ, ଅମୃତ ପୂର୍ଣ୍ଣ କଳସ, ଚକ୍ର, ଗଦା ଆଦିରେ ପରିଶୋଭିତ ହୋଇଥାନ୍ତି ମା। ଏହିଦିନ ମା ସାଧକମାନଙ୍କର ମନ ଅନାହତ ଚକ୍ରରେ ସ୍ଥିତ ହୋଇଥାଏ।  ମା ଙ୍କୁ ଭକ୍ତି କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ।