ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ପୁରୀ(କେନ୍ୟୁଜ୍): ଆଜି ନେତ୍ରୋତ୍ସବ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ୧୫ଦିନ ଧରି ଅଣସର ଘରେ ରହିବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ନବଯୌବନ ଦର୍ଶନ ପୂର୍ବରୁ ମହାପ୍ରଭୁଙ୍କର ଘଣାଲାଗି କରାଯାଇଥିଲା। ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଦତ୍ତ ମହାପାତ୍ର ସେବାୟତ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହାପରେ ସାଢେ ୧୨ଟାରେ ମଙ୍ଗଳଆଳତୀ ଓ ମଧ୍ୟାହ୍ନ ଗୋଟାଏ ୧୫ରେ ଅବକାଶ ନୀତି ହେବ। ଅପରାହ୍ନ ୨ଟାରୁ ଟିକେଟ ଦର୍ଶନ ବା ପରମାଣିକ ଦର୍ଶନ ଆରମ୍ଭ ହେବ। ଏକଘଣ୍ଟା ଧରି ଟିକେଟଧାରୀମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସୁଯୋଗ ପାଇବେ। ଅପରାହ୍ନ ସାଢେ୩ଟାରୁ ସାଢେ ୪ଟା ଯାଏ ସର୍ବସାଧାରଣ ଦର୍ଶନ ପାଇପାରିବେ।