‘ଆପଣଙ୍କ ଗୀତ ଶୁଣିବାଠୁ ଭଲ ମୁଁ ବିଷ ପିଇଦେବି’, ଟୋନିଙ୍କ ନୂଆ ଗୀତ ଶୁଣି ଏଭଳି କମେଣ୍ଟ ଦେଲେ ଦର୍ଶକ

ସିଙ୍ଗର ଟୋନି କକ୍କଡ ଏବେ ନିଜ ଗୀତକୁ ନେଇ ରହୁଛନ୍ତି ସବୁବେଳେ ଚର୍ଚ୍ଚାରେ। ଅନେକ ଦର୍ଶକ ଗୀତକୁ ନେଇ ତାଙ୍କୁ ଟ୍ରୋଲ କରୁଛନ୍ତି। ଏବେ ଟୋନିଙ୍କର ଏକ ନୂଆ ଗୀତ କାଣ୍ଟା ଲାଗା ରିଲିଜ ହୋଇଛି। ଯେଉଁଥିରେ ନେହା କକ୍କଡ ଲିଡ ଫେସ ଭାବେ ସାମ୍ନାକୁ ଆସିଛନ୍ତି । ହନି ସିଂ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି। କିନ୍ତୁ ଗୀତ ରିଲିଜ ହେବା ପରେ ପରେ ମେକର୍ସଙ୍କୁ ଟ୍ରୋଲିଂର ସାମ୍ନା ହେବାକୁ ପଡ଼ିଛି।
ତେବେ ଟ୍ରୋଲ ହେବା ପରେ ଟୋନି ମଧ୍ୟ ଚୁପ ବସି ନାହାନ୍ତି। ଶୁକ୍ରବାରର ଦିନ ଟୋନି କକ୍କଡଙ୍କୁ ଟ୍ୟାଗ କରି ନେଗେଟିଭ କମେଣ୍ଟ ଦେଇଛନ୍ତି, ଥରେ ଦେଖନ୍ତୁ ସେହି ପୋଷ୍ଟ।

ଏହି ପୋଷ୍ଟରେ ୟୁଜର ଜଣକ କହିଛନ୍ତି ଯେ, ସାର ଆପଣଙ୍କ ଗୀତ ଶୁଣିବା ଠୁ ଭଲ ହେବ ମୁଁ ବିଷ ଖାଇଦେବି। ଏହାକୁ ଦେଖି ଟୋନି ମଧ୍ୟ ଚୁପ ବସି ନାହାନ୍ତି। ଏହାର ଜବାବ ଦେଇ କହିଛନ୍ତି, ଆପଣ ମରନ୍ତୁ ନାହିଁ, କେବେବି ମୋ ଗୀତ ଶୁଣନ୍ତୁ ନାହିଁ। ଆପଣଙ୍କ ଲାଇଫ ବହୁତ ମୂଲ୍ୟବାନ। ୧୦୦ ଟୋନି କକ୍କଡ ଆସିବେ ଯିବେ। ଆପଣଙ୍କୁ ମୋ ବୟସ ଲାଗିଯାଉ। ଶେଷରେ ୟୁଜର ମଧ୍ୟ କହିଲେ, ସେ ପ୍ରେମକ ୁ ନେଇ ଗୀତ ବନାନ୍ତି କିନ୍ତୁ ଟୋନି କେବଳ ଡ୍ୟାନ୍ସକୁ ନେଇ।
ତେବେ ଏଭଳି ନେଗେଟିଭ କମେଣ୍ଟ ଟୋନିଙ୍କୁ ବାର ବାର ଆସୁଥିବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ନିଜ ନୂଆ ଗୀତର ପ୍ରମୋସନ ପାଇଁ ନେହା ବିଗବସ୍ ଓଟିଟି ପ୍ଲାଟଫର୍ମ- Sunday ka baar ରେ ନଜର ଆସିବେ। ଏହାସହ ନେହା କକ୍କଡ ପ୍ରେଗନାନ୍ସି ଖବର ମଧ୍ୟ ଦର୍ଶକଙ୍କୁ ଦେବାର ନଜର ଆସିବେ।