ଟ୍ଵିଟରର ନୂଆ ପ୍ରାଇଭେସି ଫିଚର, ନିଜ ଟ୍ଵିଟକୁ ଏବେ ଲୁଚାଇପାରିବେ

ଟ୍ଵିଟର ୟୁଜର୍ସଙ୍କ ପାଇଁ ନୂଆ ପ୍ରାଇଭେସି ଫିଚର ଆଣିବାର ଯୋଜନା ବନାଉଛି । ସୋସିଆଲ ନେଟଓ୍ଵାର୍କ ପ୍ଲାନରେ ପୁରୁଣା ଟ୍ଵିଟକୁ Archive କରିବାର ଅପସନ ଦିଆଯିବ । ଯାହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟ ପରେ ଆପଣଙ୍କ ଟ୍ଵିଟ ଅନ୍ୟ ୟୁୁଜର୍ସଙ୍କୁ ଦେଖାଯିବ ନାହିଁ । ଅର୍ଥାତ ଆପଣ ନିଜ ଟ୍ଵିଟରେ ପ୍ରାଇଭେସି ଆଣିପାରିବେ। କେବଳ ଆପଣ ହିଁ ତାକୁ ଦେଖିପାରିବେ ।
ଏହା ବ୍ୟତିତ ଟ୍ଵିଟରରେ ଲିମିଟ ସେଟ ମଧ୍ୟ କରିପାରିବେ। ମାନେ ଆପଣ ହ୍ଵାଟସଆପ ଭଳି ନିଜ ଟ୍ଵିଟକୁ ମଧ୍ୟ ଲିମିଟେଡ଼ ଲୋକଙ୍କୁ ଦେଖାଇପାରିବେ। ଏହାସହିତ ଆପଣ ବିନା ବ୍ଲକରେ ଫଲୋର୍ସଙ୍କୁ remove କରିପାରିବେ। ତେବେ ରିପୋର୍ଟ ଅନୁଯାୟୀ ଏହା social privacy ରୂପେ ସାମ୍ନାକୁ ଆସିବ, ଯାହାର ଲକ୍ଷ୍ୟ ରହିବ ଟ୍ଵିଟରରେ ଲୋକଙ୍କୁ ଏନଗେଜ କରାଇବ। ଟ୍ଵିଟରର ଇଣ୍ଟରନାଲ ରିସର୍ଚ୍ଚର କହିବା ଅନୁଯାୟୀ, କିଛି ୟୁଜର୍ସଙ୍କୁ ଏହା ବି ଜଣା ନଥାଏ ଯେ, ତାଙ୍କ ଆକାଉଣ୍ଟ ପ୍ରାଇଭେଟ ଅଛି ନା ପବ୍ଲିକ।

ତେବେ ଏହାସହ ଟ୍ଵିଟର ନିଜର ଭେରିଫିକେସନ ପ୍ରୋଗ୍ରାମକୁ ରୋକି ଦେଇଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆପ୍ଳିକେସନ ସହ ରିଭ୍ୟୁ ପ୍ରୋସେସରେ ସୁଧାର ଅଣାଯଉଛି। ନିକଟ ଅତୀତରେ ଟ୍ଵିଟର କିଛି ୟୁଜର୍ସଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍ପେଣ୍ଡ କରିଦିଆଯାଇଛି। କାରଣ ସେ ଭୁଲରେ ସେସବୁକୁ ଭେରିଫାଇଡ ଆକାଉଣ୍ଟ ଘୋଷିତ କରିଥିଲା। ଏବେ ପୁନର୍ବାର ରିଭ୍ୟୁ କରି ଆପ୍ଲିକେସନ ପ୍ରୋସେସରେ ସୁଧାର ଆଣିବ ।