NCLରେ ନିଯୁକ୍ତି ପାଇଁ ୨୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ଚାକିରି ଅପେକ୍ଷାରେ ଥିବା ପିଲାଙ୍କ ପାଇଁ ଖୁସି ଖବର । ନାର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (NCL)ରେ ଟେକନିସିଆନ ନିଯୁକ୍ତି ପାଇଁ ୨୦୦ଟି ପଦବୀ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଛି । ଇଚ୍ଛୁକ ପ୍ରାର୍ଥୀ ୧୭ ଏପ୍ରିଲ ଅର୍ଥାତ୍ ଆଜିଠାରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ୧୦ମେ କୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ : ୨୦୦

ଟେକନିସିଆନ୍ ଫିଟର cat. III –୯୫

ଟେକନିସିଆନ ଇଲେକ୍ରିସିଆନ Cat.III –୯୫

ଟେକନିସିଆନ ୱେଲଡର Cat.II -୧୦

ଆବେଦନ ତାରିଖ : ଆବେଦନକାରୀ ୧୭ ଏପ୍ରିଲରୁ ୧୦ମେ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମାକୁ ଛାଡ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍ କରିଥିବା ସହିତ ସମ୍ବନ୍ଧିତ ଟ୍ରେଡରେ NCTV ନଚେତ୍ SCTVରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ଜେନେରାଲ୍, ଓବିସି, EWSର ପ୍ରାର୍ଥୀଙ୍କ ପାଇଁ ୧୧୮୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ ହୋଇଥିବାବେଳେ SC, ST, ESM, PWBD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ରଖାଯାଇନାହିଁ ।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ CBT ମାଧ୍ୟମରେ କରାଯିବ । ପରୀକ୍ଷାର ମାର୍କ ଆଧାରରେ ଶେଷରେ ନିଯୁକ୍ତି ଦିଆଯିବ ।

ଆବେଦନ ପ୍ରକ୍ରିୟା :

ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ପରେ ଏହାର ‘କ୍ୟାରିୟର’ ସେକ୍ସନ ‘Recruitment’ରେ କ୍ଲିକ୍ କରନ୍ତୁ ।

ଭର୍ତ୍ତି ପାଇଁ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଦିଆଯାଇଥିବା ସୂଚନାନୁସାରେ ଫର୍ମ ପୂରଣ କରନ୍ତୁ ।

ଫର୍ମ ପୂରଣ ସମୟରେ ଜରୁରୀ ଡକ୍ୟୁମେଣ୍ଟକୁ ସମିଟ୍ କରି ଆବେଦନ ଶୁଳ୍କଦେଇ ଫର୍ମଟିକୁ ସମିଟ୍ କରନ୍ତୁ ।

ଶେଷରେ ଏହାର ଫର୍ମକୁ ଡାଉନଲୋଡ କରି ଯତ୍ନରେ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।

 

Also Read : ବ୍ୟାଙ୍କ ଅଫ୍ ବରୋଦାରେ ୧୪୬ଟି ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ