UCO ବ୍ୟାଙ୍କରେ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୟୁକୋ ବ୍ୟାଙ୍କରେ ଖାଲିପଡିଥିବା ଲୋକାଲ ବ୍ୟାଙ୍କ ଅଧିକାରୀ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୫୦

ଗୁଜରାଟ ୫୭, ମହାରାଷ୍ଟ୍ର ୭୦, ଆସାମ ୩୦, କର୍ଣ୍ଣାଟକ ୩୫, ତ୍ରିପୁରା ୧୩, ସିକ୍କିମ ୬, ନାଗାଲାଣ୍ଡ ୫, ମେଘାଳୟ ୪, କେରଳ ୧୫, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ୧୦, ଜମ୍ମୁ କଶ୍ମୀର ୫ ।

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଫେବୃଆରୀ ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ବିଷୟରେ ଡିଗ୍ରୀ (ଗ୍ରାଜୁଏଟ) କିମ୍ବା ସମକକ୍ଷ ଯୋଗ୍ୟତା ହୋଇଥିବା ଜରୁରୀ । ପ୍ରାର୍ଥୀଙ୍କ ପାଖରେ ମାର୍କସିଟ୍/ଡିଗ୍ରୀ ପ୍ରମାଣପତ୍ର ରହିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ PwBD ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ରଜିଏନିଂ, କମ୍ପ୍ୟୁଟର, ଇକୋନୋମିକ୍ସ, ଇଂଲିଶ ଏବଂ ଡାଟା ସମ୍ବନ୍ଧୀୟ ପ୍ରଶ୍ନପତ୍ର ଆସିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୮,୪୮୦ ରୁ ୮୫,୯୨୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ । 

Also  Read : କୋଲ ଇଣ୍ଡିଆରେ ଭର୍ତ୍ତି ସୁଯୋଗ, ଏମାନେ ବିନା ଶୁଳ୍କରେ କରିପାରିବେ ଆବେଦନ