୧୨ଶ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ୭୫୧ ପଦବୀ ଖାଲି

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଉତ୍ତରାଖଣ୍ଡ ଅଧିନସ୍ଥ ସେବା ଚୟନ ଆୟୋଗରେ ୭୫୦ରୁ ଅଧିକ ପଦବୀ ଖାଲି ପଡିଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୭୫୧
ଡାଟା ଏଣ୍ଟ୍ର ଅପରେଟର, କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଜୁନିଅର ଆସିଷ୍ଟାଣ୍ଟ ପାଇଁ ଭର୍ତ୍ତି ହେବ ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧ ରହିଛି ।
ଶିକ୍ଷାଗତ ଯୋଗ୍ୟତା :ଇଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୧୨ଶ ପାସ୍ କରିବା ଜରୁରୀ । ଇଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ପଦବୀରେ ଟାଇପିଂ କରିଥିବା ଜରୁରୀ ।
ବୟସ ସୀମା : ଆବେଦନ କରିବାର ବୟସ ସୀମା ୧୮ ବର୍ଷରୁ ୪୨ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ପାସ୍ କରିବା ପରେ ହେବ । ଏହାପରେ ଟାଇପିଂ ଟେଷ୍ଟ ଆୟୋଜନ କରାଯିବ । ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ପରେ ଚୟନ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୧,୫୦୦ ଟଙ୍କାରୁ ଆରମ୍ଭ କରି ୮୧,୧୦୦ ଟଙ୍କା ଦରମା ମିଳିବ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।