ଇଣ୍ଟର୍ଣ୍ଣସିପ୍ ପାଇଁ UNESCOର ବଡ ଘୋଷଣା, ଏହି ସବୁ ପଦବୀରେ କରିପାରିବେ ଆବେଦନ

ୟୁନିସେଫ୍ ଛାତ୍ର ଏବଂ ଗ୍ରାଜୁଏଟସ୍ ପ୍ରାର୍ଥୀଙ୍କ ଇଣ୍ଟର୍ଣ୍ଣସିପ୍ ପାଇଁ UNESCOର ବଡ ଘୋଷଣା । କ୍ୟାରିୟରରେ ଆଗକୁ ବଢିବା ପାଇଁ ବିନା ଦରମାରେ କାମ କରିବାକୁ ଆପଣ ଚାହାଁନ୍ତି କି? ତେବେ ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଜାଣନ୍ତୁ ।
ଇଣ୍ଟର୍ଣ୍ଣସିପରେ ପ୍ରାକ୍ଟିକାଲ, ୱର୍କ ଲାଇଫ ବାଲାନ୍ସ , ସ୍କିଲ ଡେଭଲପମେଣ୍ଟ, ନେଟୱାର୍କିଂ ଭଳି କ୍ୟାରିୟରରେ ଉନ୍ନତି ପାଇଁ ସମସ୍ତ ସୁବିଧା ଯୋଗାଇଦିଆଯିବ । ଇଚ୍ଛୁକ ପ୍ରାର୍ଥୀ ଏହାର ସମ୍ପୂର୍ଣ୍ଣ ବିବରଣୀକୁ ଚେକ୍ କରିପାରିବେ ।

ପଦବୀ ବିବରଣୀ :
• ଗଭର୍ଣ୍ଣିଂ ବଡିଜ୍ ସେକ୍ରେଟେରୀ
• ଅଫିସ ଅଫ୍ ଦ ଡାଇରେକ୍ଟର ଜେନେରାଲ
• କମ୍ୟୁନିକେସନ ଆଣ୍ଡ୍ ଇନଫରମେସନ ସେକ୍ଟର
• ସେକ୍ଟର୍ସ/ବ୍ୟୁରୋ
• ଏଜୁକେସନ ସେକ୍ଟର
• କଲଚର ସେକ୍ଟର
• ବ୍ୟୁରୋ ଅଫ୍ ହ୍ୟୁମନ ରିସୋର୍ସ ମ୍ୟାନେଜମେଣ୍ଟ
• ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଏନୋଗ୍ରାଫି
• ଅଫିସ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାଆର୍ଡ
• କମ୍ୟୁନିକେସନ ଆଣ୍ଡ୍ ପବ୍ଲିକ ଏନଗେଜମେଣ୍ଟ
• ନ୍ୟାଚୁରାଲ ସାଇନ୍ସ ସେକ୍ଟର
• ଡିଭିଜନ ଅଫ୍ ଇଣ୍ଟରନାଲ ଓଭରସାଇଟ୍ ସର୍ଭିସ୍
• ପ୍ରାୟୋରିଟି ଆଫ୍ରିକା ଆଣ୍ଡ୍ ଏକ୍ସଟରନାଲ ରିଲେସନସ୍
• ଡିଜିଟାଲ ବିଜନେସ୍ ସଲ୍ୟୁସନ୍ସ

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଗ୍ରାଜୁଏସନ ପ୍ରୋଗ୍ରାମରେ ମାଷ୍ଟର ଡିଗ୍ରୀ, ପିଏଚଡି ରେ ନାମଲେଖାଇଥିବା ଜରୁରୀ । ଗତ ୧୨ ମାସ ପୂର୍ବରୁ ପିଏଚଡି କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନ ପ୍ରାର୍ଥୀ ୨୦ ବର୍ଷର ହୋଇଥିବା ଆବଶ୍ୟକ ।

ଇଣ୍ଟନସିପର ଅବଧି : ଇଣ୍ଟନସିପ ପ୍ରାର୍ଥୀଙ୍କୁ କୌଣସି ଦରମା ଦିଆଯିବ ନାହିଁ ।
ନ୍ୟୁନତମ ଅବଧି – ୧ମାସ
ଅଧିକତମ ଅବଧି – ୬ମାସ

ଜରୁରୀ ନିର୍ଦ୍ଦେଶାବଳୀ : ଆବେଦନକାରୀଙ୍କ ସମ୍ପର୍କ ବିବରଣୀ ୬ ମାସ ପର୍ଯ୍ୟନ୍ତ ରଖାଯିବ । ଆବେଦନ ଫର୍ମ ଇଂରାଜୀ ଏବଂ ଫରାସୀ ଭାଷାରେ କରାଯିବ । ମନୋନୀତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ କୁହାଯିବନାହିଁ । ମନୋନୀତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ଯୋଗାଯୋଗ କରାଯିବ । ଯଦି ୬ମାସ ମଧ୍ୟରେ କିଛି ଆପଣଙ୍କୁ ଯୋଗଯୋଗ କରାନଯାଏ ତେବେ ଆପଣ ଚୟନ ହୋଇନାହାଁନ୍ତି ବୋଲି ଜାଣିବେ ।
ଯଦି ଆପଣ ଏହି ଇଣ୍ଟର୍ଣ୍ଣସିପ କରିବା ପାଇଁ ଇଚ୍ଛୁକ ତେବେ ଏହି ସୁଯୋଗର ଫାଇଦା ଉଠାନ୍ତୁ । କ୍ୟାରିୟରର ଉନ୍ନତି ପାଇଁ ଶୀଘ୍ର ଆବେଦନ କରନ୍ତୁ ।

Also Read : ଓଡିଶା ମେଡିକାଲ ଅଫିସର ପାଇଁ ୫୨୪୮ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ