ୟୁନିଅନ ବ୍ୟାଙ୍କରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଭର୍ତ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ କରିପାରିବେ । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଭର୍ତ୍ତି ପାଇଁ ଚିଫ ମ୍ୟାନେଜର, ସିନିଅର ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର ସମତେ ବିଭିନ୍ନ ପଦବୀ ପୂରଣ କରାଯିବ ।

ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲାଇଜ୍ଡ ସେଗମେଣ୍ଟରେ ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ଆବେଦନ କରିବା ପାଇଁ unionbankofindia.com.in କୁ ଯାଇ ଆବେଦନ କରିପାରିବେ ।
ଆବେଦନ କରିବା ପାଇଁ ରେଜିଷ୍ଟ୍ରେସନ ୩ ଫେବୃଆରୀରୁ ଆରମ୍ଭ ହୋଇଛି । ଏହି ଭର୍ତ୍ତି ପାଇଁ ଚିଫ ମ୍ୟାନେଜର, ସିନିଅର ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର ସମତେ ବିଭିନ୍ନ ପଦବୀ ପୂରଣ କରାଯିବ । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଭର୍ତ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୦୬
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୩ ଫେବୃଆରୀ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟ ଚେକ୍ କରିପାରିବେ । ଅଧିକାଂଶ ପଦବୀ ପାଇଁ B.Sc./B.E./B.Tech. Degree in Computer Science/ Computer Science & Engineering/ Information Technology/ Software Engineering/ Electronics & Communications Engineering କରିଥିବା ଜରୁରୀ।
ବୟସ ସୀମା : ନୋଟିଫିକେସନ ମୁତାବକ, ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଅତିକମରେ ୨୦ ବର୍ଷ କିମ୍ବା ଅଧିକ ୪୫ ବର୍ଷ ହେବା ଜରୁରୀ ।
ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଶୁଳ୍କ ଦେବାକୁ ହେବ । ସାଧାରଣ/EWS/OBC ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀ ୧୭୫ ଟଙ୍କା ଦେବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା, ଗ୍ରୁପ ଡିସକସନ, ଆବେଦନ ସ୍କ୍ରିନିଂ/ଇଣ୍ଟରଭ୍ୟୁ ଜରିଆରେ ହେବ ।