ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ପଦବୀ ଖାଲି । ଏଠାରେ ଲୋକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବା ପାଇଁ ଇଚ୍ଛୁକ ଓ ଯୋଗ ପ୍ରାର୍ଥୀ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୫୦୦
ସାଧାରଣ ବର୍ଗ ୬୧୩, ଅନୁସୂଚିତ ଜାତି ୨୨୪ ଏବଂ ଅନୁସୂଚିତ ଜନଜାତି ୧୦୯ , ଓବିସି ୪୦୪ ଏବଂ EWS ପାଇଁ ୧୫୦ ପଦବୀ ରହିଛି ।
ଜରୁରୀ ତାରିଖ : ୟୁନିଅନ ବ୍ୟାଙ୍କରେ ଲୋକାଲ ବ୍ୟାଙ୍କ ଅଫିସର ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ୨୪ ଅକ୍ଟୋବରରୁ ୨୦୨୪ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ନଭେମ୍ବର ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ । ବୟସ ସୀମା ୨୦ରୁ ୩୦ ବର୍ଷ ମଧ୍ୟରେ ରହିଛି ।
ଆବେଦନ ଶୁଳ୍କ : ସାଧାରଣ, EWS ଏବଂ ଓବିସି ପ୍ରାର୍ଥୀ ୮୫୦ ଟଙ୍କା ରହିଛି । ସେହିପରି ଅନ୍ୟମାନେ ୧୭୫ ଟଙ୍କା ଆବେଦନ ଶୁଳ୍କ ରହିଛି ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ଆବେଦନ ପ୍ରକ୍ରିୟା କରି ସମସ୍ତ ବିବରଣୀ ଭରି ଫର୍ମ ଭରିବେ ।
ସମସ୍ତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ କରନ୍ତୁ ।
ଶେଷରେ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।