ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡ ନିକଟରୁ ଅଜଣା ମୃତଦେହ ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂଆଁ ବସଷ୍ଟାଣ୍ଡଠାରେ ଅଜଣା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବାବେଳେ,ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସେ ମଦ୍ୟ ପାନ କରି ସେଠାରେ ପଡିଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗି ରକ୍ତ ସ୍ରାବ ହୋଇ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ଅନ୍ଯପଟେ କୌଣସି ଝଗଡ଼ାର ପରିଣତି ସ୍ବରୂପ ହତ୍ୟାକାଣ୍ଡ ହୋଇଥିବା ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପୋଲିସ ପଠାଇଛି ଓ ତଦନ୍ତ ଜାରି ରଖିଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆଉ କିଛି ନିଶ୍ଚୟ ଜଣା ପଡ଼ିବ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ କହିଛି।