ସଂକ୍ଷେପରେ ଜାଣନ୍ତୁ କରୋନା ସମ୍ପର୍କିତ ଦେଶ ବିଦେଶର ଖବର

୧-ହିମାଚଳ ପ୍ରଦେଶର ଉନା ଅଞ୍ଚଳରେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ । ତେବେ ପରେ ପୁଣି ଥରେ ନମୂନା ପରୀକ୍ଷା ପରେ ତାଙ୍କର ପଜେଟିଭ୍ ଥିବା ଜଣାପଡ଼ିଛି ।
୨-ଦିଲ୍ଲୀ ଜାହାଙ୍ଗୀରପୁର ଅଞ୍ଚଳରେ ଗୋଟିଏ ପରିବାରର ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନମୂନା ଯାଞ୍ଚ ପରେ ଏକଥା ସ୍ପଷ୍ଟ ହୋଇଛି । ସେମାନଙ୍କୁ ଆସୋଲେସନ୍ରେ ରଖାଯାଇଛି ।
୩-ଗତକାଲି ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୭୨୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୭୫ ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି । କେବଳ ମହାରାଷ୍ଟ୍ରରେ ୨୦୧ ଜଣ ମୃତ୍ୟୁବରଣ କରିଛନ୍ତି ।
୪-ସାରା ବିଶ୍ୱରେ ଗତକାଲି ସୁଦ୍ଧା ୧ ଲକ୍ଷ ୬୦ ହଜାର ୭୫୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୨୩ ଲକ୍ଷ ୩୦ ହଜାର ୮୮୩ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।
୫-ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ଙ୍କ ଦାବି କରୋନାରେ ଚୀନ୍ରେ ମୃତ୍ୟୁ ସଂଖ୍ୟା ଆମେରିକା ଠାରୁ ଅଧିକ ।
୬-ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି, ମେ ମାସ ମଧ୍ୟଭାଗ ବେଳକୁ ଦେଶରେ କରୋନା ଆକାନ୍ତଙ୍କ ସଂଖ୍ୟା ବଢ଼ିଯିବ ।
୭-ଚୀନ୍ରେ ଗତକାଲି ଆଉ ୧୬ ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
୮-ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୯୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।