UPSC ରେ ନର୍ସିଂ ଅଫିସର ପଦବୀ ପାଇଁ ବମ୍ପର ଭର୍ତ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
UPSC ରେ ନର୍ସିଂ ଅଫିସର ପଦବୀରେ ଆବେଦନ କରିବା ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆପ୍ଲିକେସନ ପ୍ରୋସେସ ଆରମ୍ଭ ହୋଇନାହିଁ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ UPSC ର ଅନଲାଇନ ସାଇଟ upsconline.nic.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।

ନର୍ସିଂ କରି ସରକାରୀ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । UPSC ରେ ନର୍ସିଂ ଅଫିସର ପଦବୀରେ ଆବେଦନ କରିବା ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଆପ୍ଲିକେସନ ପ୍ରୋସେସ ଆରମ୍ଭ ହୋଇନାହିଁ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ UPSC ର ଅନଲାଇନ ସାଇଟ upsconline.nic.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୧୯୩୦
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
କେମିତି କରିବେ ଆବେଦନ :
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ UPSC ର ଅନଲାଇନ ସାଇଟ୍ upsconline.nic.in କୁ ଯିବାକୁ ହେବ ।
ଏହାପରେ ହୋମ ପେଜରେ ୟୁପିଏସସି ନର୍ସିଂ ଅଫିସର ଭର୍ତ୍ତି ୨୦୨୪ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଏକ ନୂଆ ପେଜ ଖୋଲିବ, ପ୍ରାର୍ଥୀ ନିଜର ପଞ୍ଜିକରଣ କରିବେ ।
ଥରେ ପଞ୍ଜିକରଣ ହେବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ ।
ଏହାପରେ ସବିମିଟ ଉପରେ କ୍ଲିକ୍ କରନ୍ତୁ ।
ଶେଷରେ ଭବିଷ୍ୟତ ପାଇଁ ଏକ ହାର୍ଡକପି ନିଜ ପାଖରେ ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।