ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏହି ଭର୍ତ୍ତି ଉତ୍ତରପ୍ରଦେଶ ସବଅର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ ଅଧିନରେ ହେଉଛି । ଏଠାରେ ମୋଟ ୩୯୭ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ହେଉଛି । ଏଥିପାଇଁ କେବଳ ନୋଟିସ ଜାରି ହୋଇଛି । ଆବେଦନ ଖୁବଶୀଘ୍ର ହେବ ।
ଉତ୍ତରପ୍ରଦେଶ ଅଧିନସ୍ଥ ସେବା ଚୟନ ଆୟୋଗରେ କେବଳ ଅନଲାଇନ ଆବେଦନ ହେବ । ଏମିତି କରିବା ପାଇଁ upsssc.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୯୭
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୦ ଜୁନରୁ ଆରମ୍ଭ ହେବ । ଶେଷ ତାରିଖ ୨୦ ଜୁଲାଇରେ ସରିବ ।
ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସାଇନ୍ସରେ ୧୨ଶ ପାସ୍ କରିଥିବା ଜରୁରୀ । ଏହାସହିତ ୨ ବର୍ଷର ହୋମିଓପାଥିକ ଫାର୍ମାସିଷ୍ଟ ଡିପ୍ଲୋମା ମଧ୍ୟ କରିଥିବା ଜରୁରୀ । ଏହାଛଡା ହୋମିଓପାଥିକ ମେଡିସିନ ବୋର୍ଡରେ ରେଜିଷ୍ଟ୍ରେସନ କରିଥିବା ଜରୁରୀ । ୟୁପି ପିଇଟି ସ୍କୋରକାର୍ଡ ମଧ୍ୟ ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।
ଚୟନ ପ୍ରକ୍ରିୟା : ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ଯେଉଁମାନେ ପରୀକ୍ଷାରେ ପାସ୍ କରିବେ, ସେମାନେ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଯିବେ । ଦୁଇଟି ଯାକ ପର୍ଯ୍ୟାୟରେ ପାସ୍ କଲେ ଶେଷ ପର୍ଯ୍ୟାୟରେ ଚୟନ ହେବ ।
ଆବେଦନ ଶୁଳ୍କ : ଏଠାରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୨୫ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୯,୨୦୦ ଟଙ୍କାରୁ ଆରମ୍ଭ କରି ୯୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।