HAL ରେ ମ୍ୟାନେଜର ସମେତ ଅନେକ ପଦବୀ ଖାଲି, ମାସକୁ ଦରମା ୨ ଲକ୍ଷରୁ ଅଧିକ
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(HAL) ରେ ମ୍ୟାନେଜର ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୫ରୁ ୫୩ ବର୍ଷ ମଧ୍ୟରେ ହେବା ଜରୁରୀ । ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ବ୍ୟକ୍ତିଗତ ଇଣ୍ଟରଭ୍ୟୁ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ଆଧାରରେ ହେବ ।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(HAL) ରେ ମ୍ୟାନେଜର ଏବଂ ଅନ୍ୟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ହାଲ୍ର ଅଫିସିଆଲ ୱେବସାଇଟ hal-India.co.inକୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୮୪
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର ୨୦୨୩ ରହିଛି ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୫ରୁ ୫୩ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ବର୍ଗଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ଛାଡ୍ ମିଳିବ ।
ଶିକ୍ଷାଗତ ଯୋଗ୍ୟତା : ସମ୍ବନ୍ଧୀୟ କ୍ଷେତ୍ରରେ ପିଜି, ବିଇ କିମ୍ବା ବିଟେକ୍ ଡିଗ୍ରୀ କରିଥିବା ଜରୁରୀ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ବ୍ୟକ୍ତିଗତ ଇଣ୍ଟରଭ୍ୟୁ, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ଆଧାରରେ ହେବ ।
ଦରମା : ୪୦ ହଜାରରୁ ଆରମ୍ଭ କରି ୨,୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।
ଆବେଦନ ପତ୍ର ପଠାଇବାର ଠିକଣା :
Chief Manager (HR), Recruitment Section
Hindustan Aeronautics Limited
Corporate Office, 15/1 Cubbon Road
Bangalore – 560001
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।