ଯଦି ଘରେ କାହାର ଆକସ୍ମିକ ମୃତ୍ୟୁ ହେଉଛି, ତେବେ ଜାଣିରଖନ୍ତୁ ଥାଇପାରେ ବଡ ବାସ୍ତୁ ଦୋଷ

ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ସେୟାର କରିଛୁ। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା।

ଦିଗର ମହତ୍ତ୍ବ ବିଷୟରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଉଚିତ ଦିଗରେ ଉଚିତ ଜିନିଷ ରଖିବା ଦ୍ବାରା ଶୁଭ ଫଳ ମିଳିଥାଏ । ଯଦି ଘରର ବାସ୍ତୁରେ ଦୋଷ ଥାଏ, ତେବେ ଏହାର ଖରାପ ପ୍ରଭାବ ଘରେ ରହୁଥିବା ସଦସ୍ୟଙ୍କ ଉପରେ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ନୈରୁତ୍ୟ ଦିଗ ଯଥା ପଶ୍ଚିମ-ଦକ୍ଷିଣରେ ଦୋଷ ଥାଏ, ଏହାର ପରିଣାମ ଘାତକ ହୋଇଥାଏ । ଏହି ଦିଗରେ ଦୋଷ ଥିବାରୁ ସେଠାରେ ରହୁଥିବା ମଣିଷଙ୍କର ଅକାଳ ମୃତ୍ୟୁ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଥାଏ । ଏଥିପାଇଁ ଏହି ଦୋଷକୁ ତୁରନ୍ତ ଠିକ କରିବାର ଉପାୟ ଜାଣି ରଖନ୍ତୁ ।

ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ସେୟାର କରିଛୁ। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହାକୁ ଜାଣି ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।

ବାସ୍ତୁଶାସ୍ତ୍ର ଏକ ପୁରୁଣାଶାସ୍ତ୍ର। ତ୍ରେତୟା ଏବଂ ଦ୍ୱାପର ଯୁଗରୁ ବାସ୍ତୁଶାସ୍ତ୍ର ରହିଛି ବୋଲି ଶୁଣିବାକୁ ମିଳେ । ଏଣୁ ଜାଣିପାରୁଥିବେ ଯେ ରାମାୟଣ ଏବଂ ମହାଭାରତ ସମୟରେ ମଧ୍ୟ ଏହି ବାସ୍ତୁବିଦ୍ୟାର ପ୍ରଚଳନ ଥିଲା ଏବଂ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ମିଳେ। ଆଗରୁ କେବଳ ରାଜାମାନେ ସେମାନଙ୍କ ନିର୍ମାଣରେ ବାସ୍ତୁଶାସ୍ତ୍ରର ବ୍ୟବହାର କରୁଥିଲେ। ସେତେବେଳେ ସାଧାରଣ ଲୋକମାନେ ଏହି ବିଦ୍ୟାର ବ୍ୟବହାର ଜାଣି ନଥିଲେ।

ବର୍ତ୍ତମାନ ଅନେକ ଲୋକ ଏହି ନିୟମକୁ ମାନିବାରୁ ସୁଖ ଓ ସମୃଦ୍ଧି ଲାଭ କରୁଛନ୍ତି । ଏଣୁ ଏହି ବିଦ୍ୟାର ଉପାଦେୟତା ସାଧାରଣ ଲୋକମାନେ ଜାଣିଲା ପରେ ଏହା ଉପରେ ଏକ ଆସ୍ଥା ସୃଷ୍ଟି ହୋଇପାରିଛି। ଏବେ ଏହି ବିଦ୍ୟାକୁ ପ୍ରାୟ ବହୁତ ଲୋକ ଆପଣେଇବାରେ ଲାଗିଛନ୍ତି। ଘରେ ଯଦି କିଛି ଅସୁବିଧା ହେଉଛି ତେବେ କେଉଁଠି ନା କଉଠି ବସ୍ତୁ ଦୋଷ ଥାଇପାରେ .. ଏହାକୁ ଖୋଜି ସମାଧାନ କଲେ ନିଜଟି ଭାବେ ଭଲ ଫଳ ପାଇବେ ..

ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ କହିଚୁ । ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହା ଜାଣିବା ଦ୍ୱାରା ଭୟଭୀତ ନ ହୋଇ ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।

ଆକସ୍ମିକ ମୃତ୍ୟୁର କାରଣ :
ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣରେ ଥାଏ ତେବେ ଗୃହ ପାଇଁ ଦକ୍ଷିଣ ଦିଗରେ ମୁଖ୍ୟଦ୍ୱାର କରାଯାଇଥାଏ। ଯଦି ଗୃହରେ ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାର ଥାଇ ଅନ୍ୟ ଦିଗରେ ଦ୍ୱାର ବନ୍ଦ ରହିବ, ତେବେ ଗୃହରେ ରହୁଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ କାହାର ବି ଜଣଙ୍କର ଆକସ୍ମିକ ମୃତ୍ୟୁ ହୋଇଥାଏ।

ଯେଉଁ ଘରର ପୁର୍ବ ଦିଗରେ ମୁଖ୍ୟ ଦ୍ବାର ଏବଂ ପୁର୍ବ-ଦକ୍ଷିଣ ଦିଗରେ ଅନ୍ୟ ଏକ ଦ୍ବାର ଥାଏ ଏବଂ ଏୖଶାନ୍ୟ କୋଣ କ୍ଷତିଗ୍ରସ୍ତ ଥାଏ, ତେବେ ସେଠାରେ ରହୁଥିବା ସଦସ୍ୟଙ୍କୁ ହ୍ରୁଦଘାତ, ସଡକ ଦୁର୍ଘଟଣା ବା ଆତ୍ମହତ୍ୟା ଯଥା ଅକାଳ ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ।

ଯଦି ଘରର ଉତ୍ତର-ପଶ୍ଚିମ ସ୍ଥାନରେ କୂଅ ଏବଂ ପଶ୍ଚିମ ନୈରୁତ୍ୟ ଦିଗରେ କବାଟ ଥାଏ,ତେବେ ସେହି ଘରର ମୁଖିଆଙ୍କର ଆତ୍ମହତ୍ୟା କରିବାର ଆଶଙ୍କା ବଢ଼ି ଯାଇଥାଏ।
ଯେଉଁ ଘରର ପଶ୍ଚିମରେ ଚାରି ଦ୍ବାର ଥାଏ ଏବଂ ଦକ୍ଷିଣ-ନୈରୂତ୍ୟ ଦିଗରେ ଫାଟକ ଥାଏ। ସେହିଭଳି ଘରେ ରହୁଥିବା ଲୋକମାନେ ଆତ୍ମହତ୍ୟା କରିପାରନ୍ତି।

ଗୃହର ନୈରୁତ୍ୟ କୋଣରେ ଏବଂ ଦକ୍ଷିଣ-ପଶ୍ଚିମ କୋଣରେ ଯଦି କୂଅ, ନଳକୂଅ ଆଦି ଥାଏ ତେବେ ଗୃହର ସଦସ୍ୟମାନଙ୍କ ମଧ୍ୟରୁ କାହାର ବି ଅପମୃତ୍ୟୁ ହେବାର ସମ୍ଭାବନା ବଢିଯାଇଥାଏ।