ଏହି ସପ୍ତାହରେ ୧୨ଟି ଯାକ ରାଶିର ଦିନ କେମିତି କଟିବ, ପଢ଼ନ୍ତୁ ସାପ୍ତାହିକ ରାଶିଫଳ

ମେଷ:
ଏହି ସପ୍ତାହ ମିଶ୍ରିତ ଫଳ ଦେବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହାଠାରୁ ଧନ ଉଧାର ନେଇ ପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ସପ୍ତାହଟି ଭଲ ରହିବ। ପ୍ରତିଦିନ ସଙ୍କଟମୋଚନଙ୍କ ସୁନ୍ଦରକାଣ୍ଡ ପାଠ କରନ୍ତୁ।
ବୃଷ:
ବୃଷ ରାଶିର ବ୍ୟକ୍ତି ବାକ୍ ସଂଯମତା ରକ୍ଷା କରନ୍ତୁ। ପରିବାରରେ ତର୍କ ବିତର୍କ ହୋଇପାରେ। ଅଫିସରେ ସତର୍କ ରୁହନ୍ତୁ। ବ୍ୟବସାୟରେ ସାବଧାନତାର ସହ ନେଣ ଦେଣ କରନ୍ତୁ। ପରୀକ୍ଷାର୍ଥୀଙ୍କୁ ମନ ମୁତାବକ ସଫଳତା ମିଳିବ। ସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ମିଥୁନ:
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଲାଭଜନକ ରହିବ। ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ଭୂମି, ବାହନ ସୁଖ ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦ ଆଜି ତୁଟିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ଖୁବ୍ ଉତ୍ତମ। ଓଁ ନମୋ ଭଗବତେ ବାସୁଦେବାୟ ଜପ କରନ୍ତୁ।
କର୍କଟ:
ସପ୍ତାହ ଆରମ୍ଭରେ ବିଭିନ୍ନ ସମସ୍ୟା ଆସିପାରେ। ସିନିୟରଙ୍କ ଠାରୁ ପ୍ରଶଂସା ପାଇପାରନ୍ତି। ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚୟ ପାଇବେ। ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ଲଭ ପାର୍ଟନରଙ୍କ ତରଫରୁ ସରପ୍ରାଇଜ୍ ଗିଫ୍ଟ ପାଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ପ୍ରତିଦିନ ଶିବ-ପାର୍ବତୀଙ୍କୁ ପୂଜା କରନ୍ତୁ।
ସିଂହ:
ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ବ୍ୟବହାର ଯୋଗୁ ଦୁଃଖିତ ରହିବେ। ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ପୁରୁଣା ରୋଗ ଯୋଗୁ ହସ୍ପିଟାଲ ଯିବାକୁ ପଡ଼ିପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ। ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରନ୍ତୁ।
କନ୍ୟା:
କନ୍ୟା ରାଶିର ବ୍ୟକ୍ତି ଚଳିତ ସପ୍ତାହରେ ଦୌଡ଼ା ଧାପଡ଼ା କରିପାରନ୍ତି। ଅବଶ୍ୟ ଏହା ଦ୍ୱାରା ସଫଳତା ପାଇବେ। ପୂର୍ବରୁ ନିବେଶ କରିଥିବା ଅର୍ଥ ଲାଭ ସହ ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସନ୍ତାନ ସୁଖ ମିଳିବ। ପ୍ରତିଦିନ ଗଣେଶଙ୍କ ପୂଜା କରନ୍ତୁ।
ତୁଳା:
ତୁଳା ରାଶିର ଲୋକଙ୍କ ପାଇଁ ସପ୍ତାହଟି ମଧ୍ୟମ ରହିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ଦିଆଯିବ। ଏଣୁ ଚିନ୍ତିତ ରହିପାରନ୍ତି। ଘର କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ପ୍ରତିଦିନ ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ।
ବିଛା:
ସପ୍ତାହ ମଝିରେ ଖୁସି ଖବର ପାଇପାରନ୍ତି। ପରିବାରର କେହି ବଡ଼ ସଫଳତା ପାଇବେ। ଲୋକମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସଫଳତା ମିଳିବ। ହନୁମାନଙ୍କ ସୁନ୍ଦରକାଣ୍ଡ ପାଠ କରନ୍ତୁ।
ଧନୁ:
ଏହି ସପ୍ତାହରେ ଖୁସି ପାଇପାରନ୍ତି। ପରିବାର ପାଇଁ ବ୍ୟସ୍ତ ବିବ୍ରତ ରହିବେ। ମୁଣ୍ଡ ଉପରେ କାମର ବୋଝ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ସମୟ ଭିତରେ ଟାର୍ଗେଟ ପୂରଣ କରିପାରିବେ ନାହିଁ। ପ୍ରେମ ସମ୍ପର୍କରେ ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ମକର:
ଗତ ସପ୍ତାହ ତୁଳନାରେ ଏହି ସପ୍ତାହ ଅଧିକ ଶୁଭ ସାବ୍ୟସ୍ତ ହେବ। ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରିବେ। ପୈତୃକ ସମ୍ପତ୍ତି ସହ ଚାଲିଥିବା ବିବାଦ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଯୋଗୁ ଦୂର ହେବ। ହଠାତ୍ କୌଣସି ଦାୟିତ୍ୱ ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିଦିନ ହନୁମାନଙ୍କୁ ପୂଜା କରନ୍ତୁ।
କୁମ୍ଭ:
ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନ୍ୟକୁ କାମ ଦେବା ଅପେକ୍ଷା ନିଜେ କାମ କରନ୍ତୁ। ସ୍ୱାସ୍ଥର ଯତ୍ନ ନିଅନ୍ତୁ। ଧନ ସମ୍ବନ୍ଧୀୟ ମାମଲାରେ ଦେଖି ଚାହିଁ ନେଣ ଦେଣ କରନ୍ତୁ। ପ୍ରେମ ସମ୍ବନ୍ଧରେ ଥିବା ଲୋକମାନେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ:
ଏହି ସପ୍ତାହରେ ମୀନ ରାଶିର ବ୍ୟକ୍ତିଙ୍କ ସୌଭାଗ୍ୟ ବଢ଼ିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତି ସମସ୍ୟାର ସମାଧାନ କରିବେ। ଗାଡ଼ି କିଣିବାକୁ ଯୋଜନା କରୁଥିଲେ ଆଜି ସଫଳ ହେବେ। ଚାକିରି କରୁଥିବା ଲୋକଙ୍କୁ ଆୟର ଆଉ ଏକ ସ୍ରୋତ ମିଳିବ। ଲଭ ପାର୍ଟନର ଆଜି ଆପଣଙ୍କ ସହ କ୍ୱାଲିଟି ସମୟ ବିତାଇବେ। ନାରାୟଣ କବଚ ପାଠ କରନ୍ତୁ।