ଅଧିକ ମାତ୍ରାରେ ପେନକିଲର ଖାଇଲେ କଣ ହୁଏ, ଜାଣନ୍ତୁ

ଆମ ଶରୀରରେ କିଛି ବି ଯନ୍ତ୍ରଣା ହେଉଥିଲେ ଆମେ ସଂଗେ ସଂଗେ ମେଡିସିନ ଖାଇ ଦେଉ । ସେ ମୁଣ୍ଡ ବିନ୍ଧା ହେଉ କି ଦାନ୍ତ କଷ୍ଟ ଅବା ଅନ୍ୟ କିଛି ଟିକିଏ ଯନ୍ତ୍ରଣାରେ ପେନକିଲର ଖାଇ ଦେଲେ ଆଶ୍ୱସ୍ତି ମିଳେ । ଅନେକ ଲୋକ ଏଭଳି ଅଭ୍ୟାସ ଏକରିଛନ୍ତି । ଦେଖାଯାଏ କି ସାମାନ୍ୟ ଯନ୍ତ୍ରଣା ହେଲେ ମଧ୍ୟ ଆମେ ପେନକିଲର ଖାଇ ଦେଉ । କିନ୍ତୁ ବାରମ୍ବାର ପେନକିଲର ଖାଇବା ଶରୀର ପାଇଁ ହିତକର ନୁହେଁ ବୋଲି ବିବେଚନା କରାଯାଏ । ଏକଥା ଡାକ୍ତରମାନେ ବି କହିଛନ୍ତି । ତଥାପି ଆମେ ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ପେନ୍‌କିଲର ସାହାଯ୍ୟ ନେଇଥାଉ ।

ବିଭିନ୍ନ ରିପୋର୍ଟ ଅନୁଯାୟୀ ପେନକିଲର୍‌୍‌ର ସାଇଡ଼ ଇଫେକ୍ଟ ମଧ୍ୟ ରହିଛି । ଏହା ଯେତିକି ଲାଭ ଦିଏ ଅତ୍ୟଧିକ ବ୍ୟବହାର ଦ୍ୱାରା ସେତିକି କ୍ଷତି ମଧ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଜାଣିବାକୁ ପଡିବ ଯେ ପେକିଲର ଶରୀରରେ କେଉଁଭଳି ପ୍ରଭାବ ପକାଇଥାଏ ଏବଂ କେଉଁ ଅଙ୍ଗକୁ ପ୍ରଭାବିତ କରେ ।
ହୃଦୟ ପାଇଁ ଏହା ବହୁତ କ୍ଷତିକାରକ । ସିଆରସିଏଚୟୁଏମ୍‌୍‌ର ଏକ ରିପୋର୍ଟ ଅନୁଯାୟୀ ନନ୍‌ଷ୍ଟେରଏଡାଲ ଆଣ୍ଟି ଇନଫ୍ଲାମେଟୋରୀ ଡ୍ରଗ୍ସ ବ୍ୟବହାର ହୃଦଘାତ ହେବାର ଆଶଙ୍କା ବଢାଇଥାଏ ।

ଏହା ବ୍ରେନକୁ ମଧ୍ୟ ଅଧିକ ପ୍ରଭାବିତ କରେ । ତା ସହ ମନ ଉପରେ ବହୁତ ପ୍ରଭାବ ପକାଇଥାଏ । ଏକ ରିପୋର୍ଟ ଅନୁଯାୟୀ ଏହା ଶରୀରର ଅନେକ ଅଂଶ ଉପରେ ନକାରତ୍ମକ ପ୍ରଭାବ ଛାଡ଼ିଥାଏ । ମସ୍ତିଷ୍କ ଉପରେ ମଧ୍ୟ ସାଇଡ ଇଫେକ୍ଟ ପଡ଼ିଥାଏ । କେନ୍‌କିଲର୍‌ର ଅତ୍ୟଧିକ ବ୍ୟବହାର ଓ ଅଧିକ ଦିନ ବ୍ୟବହାର କରିବା ଫଳରେ ରକ୍ତସ୍ରାବ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଭଳି ସମସ୍ୟା ସୃଷ୍ଟି ହୋଇପାରେ । ତେବେ ପାକସ୍ଥଳୀ ସମସ୍ୟା ଓ ହରୋମୋନାଲ ଇନବାଲାନ୍ସ ଭଳି ସମସ୍ୟା ମଧ୍ୟ ଉପୁଜି ପାରେ ।

ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ କେତେକ କଷ୍ଟ ଅନୁଭବ କରନ୍ତି । ଯେଉଁମାନେ ଏହାକୁ ଅତ୍ୟଧିକ ଓ ଅଧିକ ମାତ୍ରାରେ ଖାଇଥାନ୍ତି ସେମାନେ ପରବର୍ତ୍ତୀ ସମୟରେ ସମସ୍ୟାରେ ପଡ଼ନ୍ତି। ଏମିତିକି ଫୁସଫୁସରେ ମଧ୍ୟ ଅନେକ କିଛି ଖରାପ ସ୍ଥିତି ସୃଷ୍ଚି କରିଥାଏ ।
ଲିଭର ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ ଏହି ପେନକିଲର । ଲିଭରର କାମ ହେଉଛି ଶରୀରକୁ ଯାଉଥିବା ଖରାପ ପଦାର୍ଥକୁ ବାହାର କରିବା ଏବଂ ଔଷଧର ପ୍ରକ୍ରିୟାକରଣ । ତେବେ ଆପଣ ଯେତେ ପେନକିଲର ବ୍ୟବହାର କରୁଛନ୍ତି ସେହି ମାତ୍ରାରେ ଆପଣଙ୍କ ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ଏହା ନିଜ କାମ ଠିକ ଭାବରେ କରିପାରେ ନାହିଁ । ଫଳରେ ବିଷାକ୍ତ ପଦାର୍ଥ ଶରୀରରେ ଜମା ହେବା ଆରମ୍ଭ କରିଥାଏ । ଯାହା ଦୀର୍ଘକାଳୀନ କ୍ଷତି ଘଟାଇ ପାରେ ।

ପାକସ୍ଥଳୀ ତ ପ୍ରଭାବିତ ହୁଏ ତା ସହ ଅନ୍ତନଳୀ ଉପରେ ପ୍ରଭାବ ପକାଇଥାଏ ଏହି ପେନକିଲର । ଏପରିକି କେତେଜଣ କୋଷ୍ଠକାଠିନ୍ୟ, ପେଟ ଫୁଲା, ବାନ୍ତି ଭଳି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହି ସମୟରେ ଯଦି ଏହା ନିୟମିତ ବ୍ୟବହାର ହୁଏ ତେବେ ନାର୍କୋଟିକ ବଏଲ ସିଣ୍ଡ୍ରୋମ୍‌ ଅବସ୍ଥାକୁ ଆସିପାରେ । ଏହି ଔଷଧଗୁଡିକ ପାକିସ୍ଥଳୀର କାର୍ଯ୍ୟକୁ ମନ୍ଥର କରିବା ସହ ଅନେକ କିଛି ଅସୁବିଧା ସୃଷ୍ଟିକରେ ।