ବେଡରୁମ୍ରେ ସାଥୀଙ୍କୁ ଚରମ ସୁଖ ଦେଇପାରୁନାହାନ୍ତି କି! ଜାଣନ୍ତୁ ନପୁଂସକତାର ଲକ୍ଷଣ, କାରଣ ଓ ନିରାକରଣ

ଶାରୀରିକ ସମ୍ପର୍କ ବେଳେ ଲିଙ୍ଗରେ ଉତ୍ତେଜନା ନ ଆସିବା ବା ଉତ୍ତେଜନା ନ ରହିବା ସମସ୍ୟାକୁ ଇରେକ୍ଟାଇଲ ଇନ୍ଫେକସନ୍ ବା ନପୁଂସକତା କୁହାଯାଏ। ଏହି ସମସ୍ୟା ଧୀରେ ଧୀରେ ହୀନ ଭାବନାକୁ ବୃଦ୍ଧି କରେ। ନପୁଂସକତା ବିଭିନ୍ନ କାରଣରୁ ଦେଖାଦିଏ। ଯଥା: ଔଷଧ ସେବନ, ମଦ ବା ଧୂମପାନ, ଶାରୀରିକ ଦୁର୍ବଳତା, ମଧୁମେହ ଆଦି। ଆମ ଦେଶରେ କେହି ବି ନପୁଂସକତା ବିଷୟରେ କଥା ହେବାକୁ ପସନ୍ଦ କରିନଥାନ୍ତି। କାରଣ ଏହା ପୁରୁଷର ପୁରୁଷତ୍ୱ ଉପରେ ପ୍ରଶ୍ନ ଉଠାଇଥାଏ। କିନ୍ତୁ ବେଳ ହୁଁ ଯଦି ଏହି ସମସ୍ୟାର ସମାଧାନ ନ କରାଯାଏ ତେବେ ଜୀବନ ସାରା ଯୌନ ସମ୍ପର୍କ ସ୍ଥାପନ କରିବା ମୁସ୍କିଲ ହୋଇପଡ଼େ। ତେବେ ଆସନ୍ତୁ ଜାଣିବା ନପୁଂସକତାର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ…
ନପୁଂସକତାର ଲକ୍ଷଣ:
- ଲିଙ୍ଗରେ ଉତ୍ତେଜନା ଆସିବାରେ ସମସ୍ୟା ସୃଷ୍ଟି ହୁଏ
- ଯୌନ କ୍ରିୟା ବେଳେ ଉତ୍ତେଜନା ବଜାୟ ନ ରହିବା
- ସେକ୍ସ କରିବାର ଇଚ୍ଛା କମିବା
- ସମୟ ପୂର୍ବରୁ ସ୍ଖଳନ
- ଉତ୍ତେଜନା ରହିଲେ ମଧ୍ୟ ସମ୍ଭୋଗ ସୁଖ ପ୍ରାପ୍ତ କରିବାରେ ଅସମର୍ଥ ହେବା
ନପୁଂସକତାର କାରଣ:
ନପୁଂସକତାର ବିଭିନ୍ନ କାରଣ ରହିଛି। ଏଥିରେ ଉଭୟ ଶାରୀରିକ ଓ ଭାବନାତ୍ମକ ବିକାର ସାମିଲ ରହିଛି। ଏହା ନ୍ୟୁରୋଲୋଜିକ, ସାଇକୋଲୋଜିକ ଓ ହରମୋନ୍ ସମ୍ବନ୍ଧୀୟ ବିକାର ଯୋଗୁ ଉପୁଜିଥାଏ। ଆସନ୍ତୁ ଜାଣିବା ଆଉ କିଛି କାରଣ…
- ଉଚ୍ଚ ରକ୍ତଚାପ
- ହାର୍ଟ ସମ୍ବନ୍ଧୀୟ ରୋଗ
- ହାଇ କୋଲୋଷ୍ଟ୍ରଲ ଯୋଗୁ ରକ୍ତ ସଞ୍ଚାଳନରେ ବାଧା ଉପୁଜିଲେ
- ଡାଇବେଟିସ୍
- ମେଦବହୁଳତା
- ଔଷଧର ପାର୍ଶ୍ୱପ୍ରତିକ୍ରିୟା
- ତମାଖୁ, ମଦ ଓ ଅନ୍ୟ ମାଦକ ଦ୍ରବ୍ୟର ଅଧିକ ସେବନ
- ଚିନ୍ତା ବା ଅବସାଦ
- ବଢ଼ିଥିବା ପ୍ରୋଷ୍ଟେଟ୍ ଗ୍ରନ୍ଥି ଯୋଗୁ
- ଅବସାଦ, ଚିନ୍ତା ଓ ଅନ୍ୟ ମାନସିକ ଅସୁସ୍ଥତା ଯୋଗୁ
ନପୁଂସକତାର ନିରାକରଣ:
- ସନ୍ତୁଳିତ ଆହାର ସେବନ କରନ୍ତୁ
- ଧୂମପାନ, ମଦ୍ୟପାନ କମ୍ କରନ୍ତୁ କିମ୍ବା ଆଦୌ କରନ୍ତୁ ନାହିଁ
- ଓଜନ କମାନ୍ତୁ
- ଚିନ୍ତାମୁକ୍ତ ରୁହନ୍ତୁ
- ବ୍ଲଡ ସୁଗାର ଓ ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ ରଖନ୍ତୁ
- ଯୋଗ ପ୍ରାଣାୟାମ କରନ୍ତୁ
- ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ