ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା କେତେକ ଦୂର ଠିକ୍, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ବିବାହ ପରେ ସବୁ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦୈହିକ ସମ୍ବନ୍ଧ ପରେ ସମ୍ପର୍କ ଅଧିକ ଗଭୀର ହୁଏ। କ୍ରମେ ସଂସାରକୁ ଆଗକୁ ବଢ଼ାଇବାକୁ ମହିଳାମାନେ ଗର୍ଭଧାରଣ କରିଥାନ୍ତି। ଏ ସମୟରେ ପ୍ରାୟ ୯-୧୦ ମାସ ସ୍ୱାମୀଙ୍କ ସହ ସମ୍ପର୍କରୁ ଦୂରରେ ରହିବା ସମ୍ଭବ ହୋଇନଥାଏ। ଗର୍ଭାବସ୍ଥାରେ ସବୁଦମ୍ପତିଙ୍କ ମନରେ ସହବାସକୁ ନେଇ ଡର ରହିଥାଏ। ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି ନା’ସେ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି। କାଳେ ଭ୍ରୁଣ ଉପରେ କିଛି କୁପ୍ରଭାବ ପଡ଼ିବ ଭାବି କିଛି ଦମ୍ପତି ଏହି ସମୟରେ ପରସ୍ପରଠାରୁ ଦୂରତା ଅବଲମ୍ବନ କରିଥାନ୍ତି। ତେବେ ପ୍ରେଗନେନ୍ସି ସମୟରେ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଏକ୍ସପର୍ଟ କ’ଣ କୁହନ୍ତି ଆସନ୍ତୁ ଜାଣିବା…
ଗର୍ଭାବସ୍ଥା ଏକ ସାଧାରଣ କଥା। ଏହି ସମୟରେ ମହିଳା ନିଜ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିପାରିବେ, ଏହାଦ୍ୱାରା କୌଣସି କ୍ଷତି ହୁଏନାହିଁ। କିନ୍ତୁ ନିଜ ଅବସ୍ଥା ଉପରେ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। ଯଦି ଗର୍ଭାବସ୍ଥାରେ ବ୍ଲିଡିଂ ସମସ୍ୟା ଦେଖାଦେଉନାହିଁ ତେବେ ସମ୍ପର୍କ ରଖିବାରେ କୌଣସି ଅସୁବିଧା ନାହିଁ।
ଯଦି ପୂର୍ବରୁ ଗର୍ଭପାତ କରିଛନ୍ତି କିମ୍ବା ଗର୍ଭନଷ୍ଟ ହୋଇଛି ବା ପୂର୍ବରୁ ସମୟ ପୂର୍ବରୁ ପ୍ରସବ ହୋଇଛି, ତେବେ ଏ ପରିସ୍ଥିତିରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।
ଅଧିକ ପରିମାଣରେ ଭାଜାଇନାଲ ଡିସ୍ଚାର୍ଜ ହେଉଥିଲେ ମଧ୍ୟ ସହବାସ କରିବାକୁ ଡାକ୍ତର ବାରଣ କରିଛନ୍ତି।
ପ୍ରେଗନେନ୍ସିର ପ୍ରଥମ ତିନିମାସରେ ଦେହ ଅସୁସ୍ଥ ଲାଗୁଥିବାରୁ ଯୌନ ଇଚ୍ଛା କମିଯାଏ। କିନ୍ତୁ ଏହି ଲକ୍ଷଣ କମିଯିବା ପରେ ଶରୀରରେ ରକ୍ତ ସଞ୍ଚାଳନ ବଢ଼େ ଓ ପୁଣି ଥରେ ଯୌନ ଇଚ୍ଛା ବୃଦ୍ଧିପାଏ। କିନ୍ତୁ ୩ ମାସ ପରେ ସାବଧାନତାର ସହ ସମ୍ପର୍କ ରଖିବା ଉଚିତ। ସେହିପରି ପ୍ରସବ ସମୟ ନିକଟତର ହେଲେ ପୁଣି ଥରେ ଶାରୀରିକ ସମ୍ପର୍କ ଇଚ୍ଛା କମିଯାଏ।
ଗର୍ଭାବସ୍ଥାରେ ଶରୀରରେ ରକ୍ତ ସଞ୍ଚାଳନ ଓ ଯୌନାଙ୍ଗରେ ସେନ୍ସିଟିଭିଟି ବଢ଼ିଯାଏ। ଫଳରେ ପୂର୍ବ ତୁଳନାରେ ମହିଳାଙ୍କ ଅର୍ଗାଜମ୍ ଅଧିକ ଇନ୍ଟେନ୍ସ ଓ ପ୍ଲେଜରେବଲ ହୋଇଯାଏ। ଅଧିକାଂଶ ମହିଳାଙ୍କୁ ଗର୍ଭାବସ୍ଥାରେ ହିଁ ପ୍ରଥମ ଥର ପାଇଁ ଅର୍ଗାଜମ୍ ଅନୁଭବ ହୋଇଥାଏ ଓ କିଛିଙ୍କୁ ଅନେକ ଥର ଅର୍ଗାଜମ୍ର ଅନୁଭବ ହୋଇଥାଏ। ଯୌନ ବିଶେଷଜ୍ଞଙ୍କ ମତରେ ୩ରୁ ୬ ମାସ ମଧ୍ୟରେ ସମ୍ପର୍କ ରଖିବା ଉତ୍ତମ।
ଗର୍ଭବତୀ ମହିଳା ଗର୍ଭାବସ୍ଥାରେ ସେକ୍ସ ଟଏଜ୍ ଓ ଲୁବ୍ରିକାଣ୍ଟ ଆଦୌ ବ୍ୟବହାର କରିବା ଉଚିତ ନୁହେଁ। ଖାସ୍ କରି ବାସ୍ନା ହେଉଥିବା ଲୁବ୍ରିକାଣ୍ଟରେ କେମିକାଲ ଥିବାରୁ ଏହା ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ।
ପ୍ରଥମ ତିନି ମାସ ଶାରୀରିକ ସମ୍ପର୍କ ରଖିବାରୁ ନିବୃତ୍ତ ରୁହନ୍ତୁ। ଏହି ସମୟରେ ଇନ୍ଫେକସନ୍ ଓ ଗର୍ଭପାତ ହେବା ଆଶଙ୍କା ଅଧିକ ରହିଥାଏ।
ଯଦି ଗର୍ଭରେ ଯାଆଁଳା ବା ଏକାଧିକ ଛୁଆ ଅଛନ୍ତି ତେବେ ଆଦୌ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ପେଟ ବଡ଼ ଥିବାରୁ ଆପଣଙ୍କୁ ସମସ୍ୟା ହେବା ସହ ଛୁଆ ଉପରେ ମଧ୍ୟ ଚାପ ପଡ଼ିବ।