ମହର୍ଷି ଦୁର୍ବାସାଙ୍କ ଅଭିଶାପରେ ଦେବରାଜ ଇନ୍ଦ୍ରଙ୍କୁ କରିଥିଲା ଲକ୍ଷ୍ମୀଦ୍ରୋହୀ, ଜାଣନ୍ତୁ ସମ୍ପୂର୍ଣ୍ଣ ପୌରାଣିକ କଥା

ଭାରତୀୟ ଧର୍ମ ଓ ସଂସ୍କୃତିରେ ଫୁଲର ମହତ୍ତ୍ୱ ବିଷୟରେ ବର୍ଣ୍ଣିତ ହୋଇ ରହିଛି। ଫୁଲରେ ଦୈବିକ ଶକ୍ତି ବିଦ୍ୟମାନ ହୋଇ ରହିଥାଏ ଯାହା ଭକ୍ତଙ୍କ ଶକ୍ତିକୁ ଦ୍ୱିଗୁଣୀତ କରିଥାଏ।ଏହି ସବୁ ଶକ୍ତିକୁ ଆମେ ଖାଲି ଆଖିରେ ଦେଖି ପାରିନଥାଉ। ଫୁଲ ଦ୍ୱାରା ଦେବୀ ଦେବତାଙ୍କ ପୂଜା କରିବା ଦ୍ୱାରା ଲକ୍ଷ୍ମୀ, ଧନ-ସମ୍ପତ୍ତି, ବୈଭବ ତଥା ସମସ୍ତ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ । ଏହିସବୁ ଫୁଲ ମଧ୍ୟରୁ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛି ବୈଜୟନ୍ତି ଫୁଲ ଯାହାର ମାଳ ଭଗବାନ ଶ୍ରୀକୃଷ୍ଣ ନିଜ ଗଳାରେ ଧାରଣ କରି ରଖିଥାନ୍ତି ।

ଯଦି ଆପଣ କେବେ ନିଜ ଭୁଲରେ କିମ୍ବା ଅହଙ୍କାରରେ ଏହିସବୁ ଫୁଲର ଅପମାନ କରନ୍ତି ତେବେ ମା ଲକ୍ଷ୍ମୀଙ୍କର ପ୍ରକୋପ ସହିବାକୁ ପଡିବ।କେବଳ ମଣିଷ ନୁହେଁ ଦେବତାଙ୍କୁ ଏହି ଭୁଲର ପରିଣାମ ଭୋଗିବାକୁ ପଡିଥିଲା।ଏକ କଥାନୁସାରେ ଦେବରାଜ ଇନ୍ଦ୍ର ନିଜ ଅହଙ୍କାର ପାଇଁ ଏହି ବୈଜୟନ୍ତିମାଳା ଫୁଲର ଅପମାନ କରିଥିଲେ ଯାହାର ପରିଣାମରେ ମହାଲକ୍ଷ୍ମୀଙ୍କର ଆକ୍ରୋଶ ତାଙ୍କୁ ଭୋଗିବାକୁ ପଡିଥିଲା।

laxmi2

ଦିନେ ଦେବରାଜ ଇନ୍ଦ୍ର ନିଜ ହାତୀ ଐରାବତ ସହିତ ଭ୍ରମଣ କରୁଥଲେ। ରାସ୍ତାରେ ମହର୍ଷି ଦୁର୍ବାସାଙ୍କ ସହିତ ତାଙ୍କର ଭେଟ ହୋଇଥିଲା ଓ ମହର୍ଷି ନିଜ ଗଳାରୁ ପୁଷ୍ପ ମାଳ ବାହାର କରି ଇନ୍ଦ୍ରଙ୍କୁ ଭେଟ ସ୍ବରୁପ ଦେଇଥିଲେ । ଇନ୍ଦ୍ର ଅଭିମାନରେ ସେହି ମାଳଟିକୁ ଐରାବତ ବେକରେ ପକାଇଥିଲେ ଓ ଐରାବତ ସେହି ମାଳକୁ କାଢି ନିଜ ଗୋଡ ତଳେ ମାଡି କଚାଡି ଦେଇଥିଲା। ନିଜ ଉପହାରର ଏହିଭଳି ଅପମାନ ହେଉଥବାର ଦେଖି ମହର୍ଷି ଦୁର୍ବାସା ଭିଷଣ ରାଗିଯାଇଥିଲେ ଓ ସେ ଇନ୍ଦ୍ରଙ୍କୁ ଲକ୍ଷ୍ମୀହୀନ ହେବାକୁ ଅଭିଷାପ ଦେଇଥିଲେ।

laxmi2

ମହର୍ଷି ଦୁର୍ବାଷାଙ୍କ ଅଭିଷାପର ପ୍ରଭାବରେ ଲକ୍ଷ୍ମୀହୀନ ହୋଇଥିବା ଦେବରାଜ ଦୈତ୍ୟର ରାଜା ବାଳିଙ୍କ ଠାରୁ ଯୁଦ୍ଧରେ ପରାସ୍ତ ହୋଇଥିଲେ ।ଏହାପରେ ରାଜା ବାଳି ତିନିଲୋକରେ ନିଜ ଅଧିପତ୍ୟ ସ୍ଥାପିତ କରିଥିଲେ। ହତାଶ ଓ ନିରାଶ ହୋଇ ଇନ୍ଦ୍ର ବ୍ରହ୍ମାଙ୍କୁ ସାଥିରେ ନେଇ ଶ୍ରୀହରୀଙ୍କ ଆଶ୍ରମକୁ ଯାଇ ନିଜ ସ୍ବର୍ଗଲୋକ ଫେରସ୍ତ ପାଇବା ପାଇଁ ପାର୍ଥନା କରିଥିଲେ। ଶ୍ରୀହରୀ ତାଙ୍କୁ ସମସ୍ତ ଦେବତାଙ୍କ ସହିତ ମିଶି ବାସୁକି ନାଗକୁ ରସି ଭାବରେ ବ୍ୟବହାର କରି ସମୁଦ୍ର ମନ୍ଥନ କରିବାର ଉପଦେଶ ଦେଇଥିଲେ । ସମୁଦ୍ର ମନ୍ଥନରେ ଉତ୍ପନ୍ନ ଅମ୍ରୁତକୁ ସମସ୍ତ ଦେବତା ପିଇ ଅମର ହୋଇଯିବେ ଓ ପରେ ବାଳୀଙ୍କୁ ହରାଇ ପୁନଃଶ୍ଚ ସ୍ବର୍ଗ ଅଧିପତ୍ୟ କରି ପାରିବେ ।

ଏହାପରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥଲା । ରାକ୍ଷସ ମାନେ ଛଳ କରି ସମସ୍ତ ଅମ୍ରୁତ ନିଜେ ପିଇ ଅମର ହେବାକୁ ବସିଥଲେ କିନ୍ତୁ ପରେ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଆସି ରାକ୍ଷସଙ୍କ ଏହି ଯୋଜନାକୁ ଅସଫଳ କରିଥିଲେ। ଏହାପରେ ସମସ୍ତ ଦେବତା ଅମ୍ରୁତ ପାନ କରି ଅମର ହୋଇଯାଇଥଲେ ।