କାହିଁକି ପାଳନ କରାଯାଏ ସୀତା ନବମୀ ? ଜାଣନ୍ତୁ କିପରି ପାଇବେ ମା’ଙ୍କ ଆଶୀର୍ବାଦ

ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ମା’ ସୀତା ପୃଥିବୀରେ ଜନ୍ମ ହୋଇଥିଲେ। ସେଥିପାଇଁ ଆଜି ର ଦିନକୁ ସୀତା ନବମୀ ଭାବରେ ପାଳନ କରାଯାଏ । ମା’ ସୀତା ରାଜା ଜନକଙ୍କ ପୁତ୍ରୀ ଥିଲେ, ତେଣୁ ତାଙ୍କ ନାମ ମଧ୍ୟ ଜାନକୀ ରଖାଯାଇଥିଲା ।

ମେ ୧୬ ଅର୍ଥାତ ଆଜି ସୀତା ନବମୀ ପାଳନ କରାଯାଉଛି । ହିନ୍ଦୁ ଧର୍ମର ଅନେକ ପର୍ବ ମଧ୍ୟରୁ ସୀତା ନବମୀ ଅନ୍ୟତମ । ଏହି ଦିନ ମା’ ସୀତାଙ୍କୁ ପୂଜା କରିବା ସହ ଉପବାସ ପାଳନ କରିବାର ପ୍ରଥା ରହିଛି । ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତା ନବମୀ ପାଳନ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ମା’ ସୀତା ପୃଥିବୀରେ ଜନ୍ମ ହୋଇଥିଲେ। ସେଥିପାଇଁ ଆଜି ର ଦିନକୁ ସୀତା ନବମୀ ଭାବରେ ପାଳନ କରାଯାଏ । ମା’ ସୀତା ରାଜା ଜନକଙ୍କ ପୁତ୍ରୀ ଥିଲେ, ତେଣୁ ତାଙ୍କ ନାମ ମଧ୍ୟ ଜାନକୀ ରଖାଯାଇଥିଲା । ସୀତା ନବମୀ ଜାନକୀ ଜୟନ୍ତୀ ଭାବରେ ମଧ୍ୟ ପ୍ରଚଳିତ । ମା’ ସୀତାଙ୍କ ଜନ୍ମ ଉତ୍ସବକୁ ପାଳନ କରିବା ପାଇଁ ସୀତା ନବମୀ ପାଳନ କରାଯାଏ । ସୀତା ନବମୀ ଦିନ ମା’ଙ୍କୁ ପୂଜା କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ବଢ଼େ ।

ମା’ ସୀତାଙ୍କୁ ସୁଖ ଓ ସମୃଦ୍ଧିରେ ଦେବୀ ଭାବେ ପୂଜା କରାଯାଏ । ମା’ଙ୍କୁ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳେ । ଏହି ଦିନ ଦାନ କରିବାର ଖାସ୍‌ ମହତ୍ତ୍ୱ ରହିଛି । ଦାନ କଲେ ଜୀବନରେ ଖୁସି ଭରି ଯାଇଥାଏ । ଯିଏ ବି ମା’ ସୀତାଙ୍କ ପୂଜା କରନ୍ତି ତାଙ୍କ ଜୀବନରେ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୁଏ ।

ଆଜି ବୈଷ୍ଣବ ସମ୍ପ୍ରଦାୟରେ ମା’ ସୀତାଙ୍କ ପାଇଁ ବ୍ରତ ପାଳନ କରିବାର ପରମ୍ପରା ରହିଛି । ଆଜି ଭଳି ଦିନରେ ବ୍ରତ ରଖିବା ସହ ମା’ ସୀତା ଓ ଶ୍ରୀ ରାମଙ୍କ ପ୍ରତିମା ପୂଜା କରିବା ଉଚିତ୍ । କୁହାଯାଏ ଯେ ଏହି ଦିନ ବ୍ରତ ରଖିଲେ ଷୋହଳ ମହାନ ଦାନ ଏବଂ ସମସ୍ତ ପବିତ୍ର ସ୍ଥାନ ପରିଦର୍ଶନ କରିବାର ପୂଣ୍ୟ ମିଳିଥାଏ । ତେଣୁ ଆପଣ ଆଜିର ଦିନରେ ମା’ଙ୍କ ଆଶିଷ ଭିକ୍ଷା ପାଇଁ ପୂଜା କରିବା ଜରୁରୀ । ମା’ ସୀତା ଏବଂ ଶ୍ରୀ ରାମଙ୍କ ମନ୍ତ୍ରକୁ ୧୧ ଥର ଜପ କଲେ ପାପରୁ ମୁକ୍ତି ମିଳିବ । ତେବେ ଏହି ମନ୍ତ୍ର ହେଉଛି ଶ୍ରୀ ସୀତାୟେ ନମଃ ଓ ଶ୍ରୀ ରାମାୟ ନମଃ । ଏହିପରି ଭାବରେ ମନ୍ତ୍ର ଜପ କରି ମାତା ସୀତା ଏବଂ ଶ୍ରୀ ରାମଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରନ୍ତୁ ଏବଂ ଆଶୀର୍ବାଦ ନିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଆଜି ଭଳି ଦିନରେ ମା’ ସତାଙ୍କ ଜନ୍ମ ହୋଇଥିବାରୁ ଏହାକୁ ସୀତା ନବମୀ ଭାବେ ପାଳନ କରାଯାଏ ।