ପୁରୁଷଙ୍କ ତୁଳନାରେ ମହିଳାଙ୍କ sexual health ବହୁତ ଦୁର୍ବଳ, ଜାଣନ୍ତୁ କ’ଣ ହୋଇପାରେ କାରଣ

ଯଦି ଆପଣ ଭାବୁଥିବେ, ସନ୍ତୁଳିତ ଆହାର, ବ୍ୟାୟାମ ସାଙ୍ଗକୁ ବର୍ଷକୁ ଥରେ ବଡି ଚେକ୍‌ଅପ୍‌ କରେଇ ନେଲେ ଆପଣ ଫିଟ୍‌ ଆଉ ହେଲ୍‌ଦି ରହିବେ, ତା’ହେଲେ ଏଭଳି ଭାବିବା ପୂରାପୂରି ଭୁଲ୍‌। କାରଣ, ସେମିତି କିଛି ହୋଇ ନ ଥାଏ। ଗୋଟିଏ ଜିନିଷ, ଯାହା ଉପରେ ଅଧିକରୁ ଅଧିକ ଲୋକ ଧ୍ୟାନ ଦେଇ ନ ଥାଆନ୍ତି, ତାହା ହେଉଛି ଆପଣଙ୍କ ସେକ୍ସୁଆଲ ହେଲ୍‌ଥ।

a1

ଆଜିକାଲି ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ଇନ୍‌ଫେକ୍ସନ ଅର୍ଥାତ୍‌ ସେକ୍ସ ସମୟରେ ଅସାବଧାନତା ଯୋଗୁ ଜୀବନନାଶକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ସେକ୍ସୁଆଲ ହେଲ୍‌ଥକୁ ନେଇ ସଚେତନତା ଏବଂ ସଜାଗ ରହିବା ବହୁତ ଜରୁରୀ। ଦେଖିବାକୁ ଗଲେ, ସେକ୍ସୁଆଲ ହେଲ୍‌ଥ ମାମଲାରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଦୁର୍ବଳ ସ୍ଥିତିରେ ଅଛନ୍ତି।

a444

୪୮ ପ୍ରତିଶତ ମହିଳା ଏବଂ ୧୭ ପ୍ରତିଶତ ପୁରୁଷଙ୍କ ସେକ୍ସୁଆଲ ହେଲ୍‌ଥ ଖରାପ

BMC ପବ୍ଲିକ୍‌ ହେଲ୍‌ଥ ନାମକ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅନୁସନ୍ଧାନକାରୀଙ୍କ କହିବା ହେଲା, ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସେକ୍ସୁଆଲ ହେଲ୍‌ଥ ବହୁତ ଖରାପ। ଏହା ସେମାନଙ୍କୁ ବିଭିନ୍ନ ଉପାୟରେ ପ୍ରଭାବିତ ମଧ୍ୟ କରିଥାଏ।

a44

ୟୁକେରେ ହୋଇଥିବା ଏହି ଅଧ୍ୟୟନରେ ୧୬ରୁ ୭୪ ବର୍ଷ ବୟସ ମଧ୍ୟରେ ୧୨ ହଜାର ୧୩୨ଜଣ ମହିଳା ଏବଂ ପୁରୁଷଙ୍କୁ ସାମିଲ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ମହିଳା ଏବଂ ୧୭ ପ୍ରତିଶତ ପୁରୁଷ ନିଜର ସେକ୍ସୁଆଲ ହେଲ୍‌ଥ ଖରାପ ଥିବା କଥାକୁ ସ୍ୱୀକାର କରିଥିଲେ। ଏ ସମସ୍ତ ଲୋକ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଏବଂ େଓ୍ଵଲ୍ସର ଥିଲେ।

a2

ସେକ୍ସୁଆଲ ହେଲ୍‌ଥକୁ ନେଇ ସଜାଗ ନୁହନ୍ତି ମହିଳା

ୟୁକେର ୟୁନିଭର୍ସିଟି ଅଫ୍‌ ଗ୍ଲେସ୍‌ଗୋରେ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନର ଲିଡ୍‌ ଅଥର୍‌ ଏଲିସନ୍‌ ପାକର୍ସ କୁହନ୍ତି, ‘ସେକ୍ସୁଆଲ ହେଲ୍‌ଥ ଏକ ବଡ଼ ବିଷୟ, ଯାହା ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ସମସ୍ୟା ଏବଂ ହେଲ୍‌ଥ ରିସ୍କ ସାମିଲ ରହିଛି। ଏହାଦ୍ୱାରା ସେକ୍ସୁଆଲ ଟ୍ରାନ୍ସମିଟେଡ୍‌ ଇନ୍‌ଫେକ୍ସନ ଦେଖାଦେଇଥାଏ। ଯେପରି ଅନିଚ୍ଛାକୃତ ତଥା ଅନ୍‌ପ୍ଲାନ୍‌ଡ ପ୍ରେଗ୍‌ନାନ୍ସି, ସେକ୍ସୁଆଲ ଫଙ୍କ୍‌ଶନ ସହ ଜଡ଼ିତ ସମସ୍ୟା, ସେକ୍ସ ସମୟରେ କରାଯାଉଥିବା ଜୋର୍‌ ଜବରଦସ୍ତି ଆଦି ପ୍ରୋବ୍ଲେମ୍‌।

a6

ଏହି ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ୪ଟି ଗ୍ରୁପ୍‌ ଚିହ୍ନଟ କରିଥିଲେ। ସେମାନେ ହେଲେ…

୧. ଭଲ ସେକ୍ସୁଆଲ ହେଲ୍‌ଥ(୮୩ ପ୍ରତିଶତ ପୁରୁଷ ଏବଂ ୫୨ ପ୍ରତିଶତ ମହିଳା)

୨. ସତର୍କତାର ସହ ରିସ୍କ ନେଉଥିବା ବ୍ୟକ୍ତି(୪ ପ୍ରତିଶତ ପୁରୁଷ ଏବଂ ୨ ପ୍ରତିଶତ ମହିଳା)

୩. ବିନା ସାବଧାନତାର ସହ ରିସ୍କ ନେଉଥିବା ବ୍ୟକ୍ତି(୪ ପ୍ରତିଶତ ପୁରୁଷ ଏବଂ ୭ ପ୍ରତିଶତ ମହିଳା)

୪. ସେକ୍ସୁଆଲ ଫଙ୍କଶନ୍‌ ସହ ଜଡ଼ିତ କିଛି ସମସ୍ୟା(୯ ପ୍ରତିଶତ ପୁରୁଷ ଏବଂ ୭ ପ୍ରତିଶତ ମହିଳା)