ମା’ କାମାକ୍ଷାଙ୍କ ଆମ୍ବୁବାଚି ମେଳା, ଖୋଲିଲା ମା’ଙ୍କ ମୁଖ୍ୟ ଦ୍ଵାର

ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ଆମ୍ବୁବାଚି ମେଳା । ଗତ ପାଞ୍ଚ ଦିନ ଠାରୁ ଚାଲି ଆସୁଅଛି ଆସାମ ରାଜ୍ୟର ବିଶ୍ଵ ପ୍ରସିଦ୍ଧ ଆମ୍ବୁବାଚି ମେଳା । ବୁଧବାର ଦିନ ଖୋଲା ହୋଇଛି ମା କାମାକ୍ଷା ମନ୍ଦିର ମୁଖ୍ୟ ଦ୍ଵାର । ସାତ ଦିନର ଆମ୍ବୁବାଚି ମେଳା ମଧ୍ୟରେ ଚାରି ଦିନ ଯାଏ ମନ୍ଦିର ଦ୍ଵାର ବନ୍ଦ ରହିଥାଏ । ମାନ୍ୟତା ଅଛି କି ବର୍ଷରେ ଥରେ ଜୁନ୍ ମାସରେ ମା କାମାକ୍ଷା ଋତୁସ୍ରାବ ହୋଇଥାନ୍ତି । ସେଥିପାଇଁ ଚାରି ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ଵାର ବନ୍ଦ ରହିଥାଏ । ପ୍ରତ୍ୟେକ ଦିନ ବିଶ୍ବରୁ ପ୍ରାୟ ୩୦ ଲକ୍ଷ ଭକ୍ତ ଅଂଶଗ୍ରହଣ କରିଥାନ୍ତି । ମେଳାରେ ଚାରି ଦିନ ପର୍ଯ୍ୟନ୍ତ ନିରନ୍ତର ହୋଇ ଭକ୍ତଗଣ ସାଢେ଼ ତିନ କିଲୋମିଟର ଚାଲି ନିଳାଞ୍ଚଳ ପର୍ବତରେ ମା ଙ୍କ ମନ୍ଦିରକୁ ଯାଇଥାନ୍ତି । ଏହି ସମୟରେ ବିଶ୍ଵରୁ ଆସିଥିବା ମାତାଙ୍କ ଭକ୍ତ, ସାଧୁ, ସନ୍ଥ, ନାଗା ସାଧୁ, ତାନ୍ତ୍ରିକ ତଥା ଅନ୍ୟ ସାଧକ ବିଶେଷ ମାତାଙ୍କ ଆରାଧନା ଓ ସିଦ୍ଧି ପୂଜା କରିଥାନ୍ତି । ଦୂର ଦୂର ଠାରୁ ଆସିଥିବା କିନ୍ନର ସଭ୍ୟତା ମଧ୍ୟ ମା’ଙ୍କ ବିଶେଷ ଆରାଧନା ପାଇଁ ଏଠାରେ ଉପସ୍ଥିତ ହୋଇଥାନ୍ତି ।

ଆସାମ ରାଜ୍ୟର ରାଜଧାନୀ ଗୌହାଟୀ ଠାରେ ନିଲାଞ୍ଚଲ୍ ପର୍ବତ ସ୍ଥିତ ମାତା କାମାକ୍ଷା ଦେବୀଙ୍କ ମନ୍ଦିରରେ ଗତ ଜୁନ୍ ୨୨ ରୁ ଚାଲିଆସୁଥିବା ବିଶ୍ବ ପ୍ରସିଦ୍ଧ ଅମ୍ବୁବାଚୀ ମେଳା । ପଞ୍ଚମ ଦିନ ବୁଧବାର ଜୁନ୍ ୨୬ରେ ମାତାଙ୍କ ମନ୍ଦିରର ସମସ୍ତ ଦ୍ଵାର ଭକ୍ତଙ୍କ ପାଇଁ ଖୋଲି ଦିଆ ଯାଇଛି । ଏହି ମେଳା ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିବା ମଧ୍ୟରେ କୌଣସି ପ୍ରକାରର ଭି.ଆଇ.ପି ଏବଂ ଭି.ଭି.ଆଇ.ପି ସୁବିଧା ଉପଲବ୍ଧ ରହିବ ନାହିଁ । ଏହି ସମୟରେ ଗତ ସାତ ଦିନରୁ ନିରନ୍ତର ମାତାଙ୍କ ଦର୍ଶନ ପାଇଁ ଦେଶର ପ୍ରତ୍ୟେକ କୋଣରୁ ଆସିଥିବା ଭକ୍ତଗଣଙ୍କୁ ହିଁ ପ୍ରଥମ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଆମ୍ବୁବାଚି ମେଳା ଜୁନ୍ ୨୨ରୁ ଆରମ୍ଭ ହୋଇ ଜୁନ୍ ୨୮ ପର୍ଯ୍ୟନ୍ତ ରହିବ । ପ୍ରତ୍ୟେକ ବର୍ଷ ୨୨ ଜୁନ୍ ରୁ ୨୫ ଜୁନ୍ ପର୍ଯ୍ୟନ୍ତ ମାତା କାମାକ୍ଷା ଦେବୀଙ୍କ ମନ୍ଦିର ଦ୍ଵାର ସମ୍ପୂର୍ଣ ଭାବେ ବନ୍ଦ ରହିଥାଏ । ମାନ୍ୟତା ଅଛି ଯେ ଏହି ସମୟରେ ମାତା ଋତୁସ୍ରାବ ହୋଇଥାନ୍ତି । ସେଥିପାଇଁ ମନ୍ଦିରର ସମସ୍ତ ଦ୍ଵାର ବନ୍ଦ କରି ଦିଆଯାଇଥାଏ । ଭକ୍ତ ଦିନ ରାତି ମନ୍ଦିର ପରିସରରେ ବସି ମାତାଙ୍କ ଧ୍ୟାନମଗ୍ନ ରହିଥାନ୍ତି । ସମୟ ସମୟରେ ସାଧୁ ସନ୍ଥ ବାଜା ଗାଜା ସହିତ ମାତାଙ୍କ ପରିକ୍ରମା କରିଥାନ୍ତି । ପଞ୍ଚମ ଦିନ ଜୁନ୍ ୨୬ରେ ମନ୍ଦିର ଦ୍ଵାର ଖୋଲିବା ସହିତ ପର୍ବତରେ ଭକ୍ତଙ୍କ ପାଇଁ ମାତାଙ୍କ ଦର୍ଶନ ଏବଂ ଗାଡ଼ି ଯାତାୟତ ସୁବିଧା ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଭି.ଆଇ.ପି. ଓ ଭି.ଭି. ଆଇ.ପି. ସହ ସାମାନ୍ୟ ଦର୍ଶନ ପାଇଁ ଜୁନ୍ ୩୦ରୁ ଆରମ୍ଭ କରି ଦିଆଯିବ । ଏଠାରେ ମାତା ଯୋନୀ ରୂପରେ ବିରାଜମାନ ଅଛନ୍ତି । ଏହି କାରଣରୁ ଏହି ଶକ୍ତିପୀଠ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଇଛି । ଏଠାରେ ଭକ୍ତ ନିଜର ସମସ୍ତ ମନସ୍କାମନା ପାଇଁ ଆସିଥାନ୍ତି ଏବଂ ତାହା ପୂରଣ ମଧ୍ୟ ହୋଇଥାଏ । ସାଧୁ ସନ୍ଥ ଏଠାରେ ସିଦ୍ଧି ପାଇଁ ଆସିଥାନ୍ତି । କୁହାଯାଏ ଯେ ଯେକୌଣସି ପ୍ରକାରର ସିଦ୍ଧି ହଉ ନା କାହିଁକି ତାହା ମାତା କାମାକ୍ଷାଙ୍କ ଦ୍ୱାରେ ଆସିଲା ପରେ ହିଁ ସିଦ୍ଧି ପ୍ରାପ୍ତ ହୋଇଥାଏ । ସେଥି ପାଇଁ ସମସ୍ତ ସାଧୁ ସନ୍ଥ ସମସ୍ତ ପ୍ରକାରର ସିଦ୍ଧି ପ୍ରାପ୍ତ ପାଇଁ ମାତାଙ୍କ ଦ୍ୱାରେ ଆସିଥାନ୍ତି ।

ଆମ୍ବୁବାଚୀ ମେଳା ଆରମ୍ଭରେ ନୀଳାଚଳ ପର୍ବତରେ ପ୍ରତ୍ୟେକ ଦିନ ପ୍ରାୟ ୩୦ ଲକ୍ଷ୍ୟ ଭକ୍ତ ଉପସ୍ଥିତ ଥିଲେ । ପାହାଡ ସର୍ବନିମ୍ନରୁ ପ୍ରାୟ ସାଢେ ତିନ କିଲୋମିଟର ଦୂରତା ପଦଯାତ୍ରା କରି ମନ୍ଦିର କ୍ଷେତ୍ରକୁ ଯିବାକୁ ଅନୁମତି ଅଛି । ଏହା ମଧ୍ୟରେ ପାହାଡ଼ ସର୍ବନିମ୍ନ ସ୍ଥାନରୁ ଉପର ଯାଏ ପ୍ରତ୍ୟେକ ଜାଗାରେ ଖାଦ୍ୟ ଓ ଜଳ ଯୋଗାଣ କରାଯାଇଥାଏ । ଚିକିତ୍ସା ସିବିର ମଧ୍ୟ ରହିଥାଏ । ପ୍ରତ୍ୟେକ ଜାଗା ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥା କରାଯାଇଥାଏ । ମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ପ୍ରତ୍ୟେକ ଦିନ ପର୍ବତରେ ପ୍ରାୟ ୩୦ ଲକ୍ଷ ଭକ୍ତ ମେଳାକୁ ଆଗମନ କରୁଛନ୍ତି ।