ଶୁକ୍ରବାର ଦିନ ନିୟମ ଅନୁଯାୟୀ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ, ଏଭଳି କଲେ ମିଳିବ ଲକ୍ଷ୍ମୀଙ୍କ ଆଶୀର୍ବାଦ

ଶୁକ୍ରବାର ଦିନ ନିୟମ ଅନୁଯାୟୀ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଥାଏ ଏବଂ ଭକ୍ତଙ୍କ ଉପରେ ମା’ ଲକ୍ଷ୍ମୀ ସର୍ବଦା ଆଶୀର୍ବାଦ ରଖନ୍ତି। ତେଣୁ ଶୁକ୍ରବାର ଦିନ ମଧ୍ୟ ଆପଣ କୌଣସି ଭୁଲ କରିବା ଉଚିତ୍ ନୁହେଁ, ଏଭଳି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଧନର ଦେବୀ ମା’ ଲକ୍ଷ୍ମୀଙ୍କ କୃପା ଯାହା ଉପରେ ଥାଏ ସେ ବହୁତ ଧନୀ ହୋଇଥାଏ । ତାଙ୍କ କୃପା ରହିଲେ ଭିକାରୀ ମଧ୍ୟ ରାଜା ହୋଇଯାଏ । କିନ୍ତୁ ଆପଣ ଯଦି କିଛି ଭୁଲ କରନ୍ତି ତେବେ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ନାହିଁ । ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମା’ଲକ୍ଷ୍ମୀଙ୍କୁ ଖୁସି କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ଗୁରୁବାର । କିନ୍ତୁ ଶୁକ୍ରବାର ଦିନ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଯେଉଁମାନେ ଶୁକ୍ରବାର ଦିନ ନିୟମ ଅନୁଯାୟୀ ଧନର ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଥାଏ ଏବଂ ଭକ୍ତଙ୍କ ଉପରେ ମା’ ଲକ୍ଷ୍ମୀ ସର୍ବଦା ଆଶୀର୍ବାଦ ରଖନ୍ତି। ତେଣୁ ଶୁକ୍ରବାର ଦିନ ମଧ୍ୟ ଆପଣ କୌଣସି ଭୁଲ କରିବା ଉଚିତ୍ ନୁହେଁ, ଏଭଳି କଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ଭୁଲ କଲେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଶୁକ୍ରବାର ଦିନ କଣ କରିବେ ନାହିଁ :
ବିଶେଷ କରି ଶୁକ୍ରବାର ଦିନ ଘର ସଫା କରନ୍ତୁ । ଘରର କୌଣସି କୋଣରେ ଯେପରି ମଇଳା ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ମା’ ଲକ୍ଷ୍ମୀ ସର୍ବଦା ପରିଷ୍କାର ଘରେ ବାସ କରନ୍ତି । ଏହା ସହିତ ମଇଳା ଏବଂ ଛିଣ୍ଡି ଯାଇଥିବା ପୋଷାକ ନ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

ଟଙ୍କା କାରବାର କରନ୍ତୁ ନାହିଁ :
ଶୁକ୍ରବାର ଦିନ କାହାଠାରୁ ଟଙ୍କା ନେବା କିମ୍ବା ଦେବା ଉଚିତ୍ ନୁହେଁ । ଏହି ଦିନ ଟଙ୍କା କାରବାର ଅତ୍ୟନ୍ତ ଅଶୁଭ ବୋଲି କୁହାଯାଏ ।

 

ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ :
ଶୁକ୍ରବାର ଦିନ ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ । ଏହି ଦିନ ସମ୍ପତ୍ତିକୁ ନେଇ କୌଣସି କାରବାର କଲେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି ।
ଚିନି କାରବାର:
ଚିନି ସହିତ ମା’ ଲକ୍ଷ୍ମୀଙ୍କର କୌଣସି ସମ୍ବନ୍ଧ ନାହିଁ କିନ୍ତୁ ଶୁକ୍ର ଗ୍ରହ ସହିତ ସିଧାସଳଖ ଚିନିର ସମ୍ବନ୍ଧ ରହିଛି । ଏହି ଦିନ ଚିନିକୁ ନେଇ କୌଣସି ପ୍ରକାରର କାରାବାର କଲେ ଶୁକ୍ର ଗ୍ରହ ଉପରେ ପ୍ରଭାବ ପଡ଼େ । ଯାହା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ ନାହିଁ ।

ଭୁଲରେ ଏହି ଜିନିଷ କିଣନ୍ତୁ ନାହିଁ ;
ଶୁକ୍ରବାର ଦିନ ଆପଣ ଯାହା ଚାହିଁବେ କିଣି ପାରିବେ । କିନ୍ତୁ ଭୁଲରେ ମଧ୍ୟ ରୋଷେଇ ସାମଗ୍ରୀ କିଣନ୍ତୁ ନାହିଁ । ଯଦି ଆପଣ ରୋଷେଇ ଜିନିଷ କିଣନ୍ତି ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଜାଣିଲେ ତ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ । ଯଦି ଆପଣ ଏପରି କିଛି ଭୁଲ କରୁଛନ୍ତି ତେବେ ଏସବୁ ଭୁଲ କରିବାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଘର ଧନଧାନ୍ୟରେ ପୁରି ଉଠିବ ।