କୃଷି ପ୍ରଧାନ ରାଜ୍ୟ ଓଡିଶାରେ ଚାଷ ପାଇଁ ପ୍ରଭୁ ବଳରାମ ଦେବଙ୍କ ପୂଜାର୍ଚ୍ଚନା ଓ ମହାଯଜ୍ଞ

ଟାଙ୍ଗୀ: ଚାଲିଛି ପୂଜାର୍ଚନା, ବାଜୁଛି ଘଣ୍ଟ ଘଣ୍ଟା । ସେପଟେ ବ୍ରାହ୍ମଣ ପଣ୍ଡିତମାନଙ୍କ ମୁଖରୁ ଶୁଭୁଛି ଜଗତ କଲ୍ୟାଣ ପାଇଁ ମନ୍ତ୍ର ଧ୍ୱନି । ଏସବୁ ଚାଲିଛି ଖୋରଧା ଜିଲ୍ଲା ଟାଙ୍ଗୀର ଆରାଧ୍ୟ ଠାକୁର ବଳରାମ ଦେବଙ୍କ ପୀଠରେ । ଆପଣ ଦେଖିଥିବା ଅନେକ ଯଜ୍ଞ ମଧ୍ୟରୁ ଏହା ସମ୍ପୂର୍ଣ୍ଣ ନିଆରା । ଏଣୁ ଆମର ବି ଟିକିଏ ଉତ୍ସାହ ବଢିଲା । ଆମେ ପୂଜାର ମୁଖ୍ୟ ପୂଜକଙ୍କ ଠାରୁ ଏହି ଯଜ୍ଞ ବିଷୟରେ ଅନେକ ନୂଆ କଥା ଜାଣିବାକୁ ପାଇଲୁ । ଯେ ଆମ ରାଜ୍ୟ ଓଡିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ । ଚାଷୀ ପରିବାର ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ କରେ ।

ଆଉ ସେହି ଚାଷୀ ପୁଅର ଆରାଧ୍ୟ ଠାକୁର ବଳରାମ । ଯାହାଙ୍କ ପ୍ରତୀକ ଲଙ୍ଗଳ ଓ ମୁଷଳ । ତାଙ୍କୁ ସ୍ମରଣ କରି କୃଷକ ଚାଷ କାର୍ଯ୍ୟ ଆରମ୍ଭ କରେ । ଏଣୁ ବଳରାମ ଦେବଙ୍କ ନିକଟରେ ଇନ୍ଦ୍ର ଦେବତାଙ୍କ ଉଦେଶ୍ୟରେ ଅକ୍ଷୟ ତୃତୀୟା ଠାରୁ ଏଠାରେ ଜଗତ କଲ୍ୟାଣ ସହ ଚାଷ ଉପଯୋଗୀ ବର୍ଷା ପାଇଁ ପ୍ରତିବର୍ଷ ହୋମ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଜଗତ କଲ୍ୟାଣ ନିମନ୍ତେ ଦୀର୍ଘ ୪ ଦିନ ଧରି ବୈଦିକ ବିଧି ବିଧାନରେ ଚାଲିଥିବା ଯଜ୍ଞର ବିଧି ଅନୁଯାୟୀ ଅଙ୍କୁରରୋପଣ, ପରଦିନ କଳସ ଶୋଭାଯାତ୍ରା ସହିତ ପ୍ରତିଦିନ ସୂର୍ଯ୍ୟ ପୂଜା, ସାଲା ପୂଜା କରାଯାଇଥିଲା ।

ପୂର୍ଣ୍ଣାହୁତି ଦିବସରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯଜ୍ଞାନୁଷ୍ଠାନରେ ଯୋଗଦେଇ ପ୍ରଭୁକୃପା ଲାଭ କରିଥିଲେ । ଶ୍ରଦ୍ଧାଳୁଙ୍କ କହିବା କଥା ପ୍ରଭୁଙ୍କ ନିକଟର ମାନସିକ କଲେ ନିଶ୍ଚିତଭାବେ ମନବାଞ୍ଛା ପୂର୍ଣ୍ଣ ହୁଏ । ଆଜି ବି ଏମିତି ପ୍ରଥା ଚାଲି ଆସିଛି । ବଳରାମ ଦେବଙ୍କ ମନ୍ଦିର ଦେଇ ଯାଉଥିବା ଅଗ୍ନିଶମ ବିଭାଗର ଏମର୍ଜେନ୍ସି ସାଇରନ ବନ୍ଦ କରି ରାସ୍ତା ପାର ହେବାକୁ ପଡେ । ଏମିତି ଅନେକ ଅଲୌକିକ ଘଟଣା ଠାକୁରଙ୍କର ଅଛି । ତେଣୁ ପ୍ରତିବର୍ଷ ଶହ ଶହ ମାନସିକ ଧାରିମାନେ ନିଜର ମନବାଞ୍ଛା ପୂର୍ଣ୍ଣ ପୂରଣ ହେବା ପାଇଁ ମାନସିକ କୁମ୍ଭ ଠାକୁରଙ୍କ ନିକଟର ବସାନ୍ତି ।

ଟାଙ୍ଗୀ ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳମାନେ ପୂର୍ଣ୍ଣାହୁତି ଯୋଗ ଦେବା ସହ ଠାକୁରଙ୍କ ଆନନ୍ଦ ବଜାରରେ ପ୍ରାସାଦ ସେବନ କରି ନିଜ ନିଜ ଘରକୁ ଫେରି ଯାଆନ୍ତି । ଯଜ୍ଞନୁଷ୍ଠାନର ସଭାପତି, ସମ୍ପାଦକ ସମେତ ଯଜ୍ଞ କମିଟର ସମସ୍ତ କର୍ମକର୍ତା ଓ ଟାଙ୍ଗୀ ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ସମସ୍ତ କାଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା । ମଣିଷ ଆଜି ପଶ୍ଚାତ୍ୟ ସଭ୍ୟତାକୁ ଆପଣେଇ ଗର୍ବ ଅନୁଭବ କରେ ଯେ ଆମେ ବିକଶିତ । କିନ୍ତୁ ଏଭଳି ଗ୍ରାମଞ୍ଚଳର ଆଧ୍ୟାତ୍ମିକତା ଓ ବିଶ୍ୱାସ ଆମକୁ ପୁଣିଥରେ ପୂଜା, ମନ୍ତ୍ର, ବିଶ୍ୱାସ ନିଶ୍ଚିତ ଭାବରେ ପଶ୍ଚାତ୍ୟ ସଭ୍ୟତାଠାରୁ ଢେର ଆଗରେ ବୋଲି ପ୍ରମାଣିତ କରିଥାଏ ।

Also read: ଐତିହାସିକ ପୁରାଣ ପ୍ରସିଦ୍ଧ ଅଡମ୍ବୁରୁ ପୀଠର ଶନି ମେଳା, ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼