୨୦୧୧ ବିଶ୍ବକପର ହିରୋ, ଜାଣନ୍ତୁ ଯୁବରାଜଙ୍କ ସଂଘର୍ଷମୟ ଜୀବନ କାହାଣୀ

ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଯୁବରାଜଙ୍କୁ ଏବେ କ୍ରିକେଟ ମୈଦାନରେ ଦେଖିବାକୁ ମିଳିବନି, କାରଣ ସେ ଏବେ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି। ଜଣେ ଭଲ ଖେଳାଳୀ ଭାବେ ସାରା ଭାରତରେ ନାମ କରିଥିବା ୟୁଭି ହାଠାତ ଏପରି ନିଷ୍ପତ୍ତି ନେବେ ଏକଥା କେହି କେବେ ଭାବି ନଥିଲେ । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ କ୍ରିକେଟ ଛାଡୁଛନ୍ତି ବୋଲି କହିଛନ୍ତି।
କେମିତି ଥିଲା ଯୁବରାଜଙ୍କ ଜୀବନ ଯାତ୍ରା ଆସନ୍ତୁ ଜାଣିବା
ଭାରତୀୟ କ୍ରିକେଟର ପୂର୍ବତନ ଫାଷ୍ଟ ବୋଲର ତଥା ପଞ୍ଜାବୀ ଅଭିନେତା ଯୋଗୀରାଜ ସିଂହ ଓ ମା ସବନମ ସିଂହଙ୍କ କୋଳରେ ୧୨ ଡିସେମ୍ବର ୧୯୮୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟି ବେଳୁ ୟୁଭିଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ଯୁବରାଜ ଚଣ୍ଡିଗଡ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢା ଆରମ୍ଭ କରି ଡିଏଭି କଲେଜରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପିଲାଟି ବେଳୁ ରୋଲର ସ୍କେଟିଂ ଓ କ୍ରିକେଟରେ ରୁଚି ରଖୁଥିବା ୟୁଭି ଭାରତୀୟ କ୍ରିକେଟ ଟିମରେ ଯୋଗ ଦେବେ ବୋଲି କେବେ ଆଶା କରିନଥିଲେ । ସର୍ବ ଭାରତୀୟ ୧୪ ବର୍ଷ ବୟସରୁ କମ୍ ରୋଲର ସ୍କେଟିଂରେ ସେ ବିଜେତା ହୋଇଥିଲେ ଓ ଏହା ତାଙ୍କର ପ୍ରଥମ କ୍ରୀଡା ବିଜୟ ଥିଲା । ଏହାପର ଠାରୁ କ୍ରୀଡା ଜଗତରେ ପାଦ ଥାପିଥିବା ୟୁଭି କେବେ ପଛକୁ ଫେରି ଚାହିଁ ନାହାନ୍ତି । କ୍ରୀଡା ଭଳି ଅଭିନୟରେ ବି ମାଷ୍ଟର ଥିଲେ ଯୁବରାଜ ,ଦୁିଇଟି ସିରିଏଲରେ ଶିଶୁକଳାକାର ଭାବେ ବେଶ ନିଖୁଣ ଅଭିନୟ କରିଥିଲେ ୟୁଭି ।
କେମିିତି ଥିଲା କ୍ରିକେଟରେ ଏଣ୍ଟ୍ରି
ଯୁବରାଜ ପ୍ରଥମେ ଭାରତୀୟ କ୍ରୀକେଟ ଟିମରେ ୨୦୦୦ ରୁ ୨୦୦୭ ପର୍ଯ୍ୟନ୍ତ ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ ଓ ଅକ୍ଟୋବର ୨୦୦୩ରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ ସେ ୨୦୦୭ ରୁ ୨୦୦୮ ମଧ୍ୟରେ ଭାରତୀୟ ଓଡିଆଇ କ୍ରିକେଟ ଟିମରେ ଭାଇସ କ୍ୟାପଟେନ ହେଲେ । ୨୦୧୧ ଆଇସିସି କ୍ରିକେଟ ଓ୍ଵାର୍ଲ୍ଡ କପରେ ସେ ‘ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ’ ହାସଲ କିରିଥିଲେ ଓ ୨୦୦୭ ଆଇସିସି ଟି-ଟ୍ୱେଣ୍ଟି ଓ୍ଵଲର୍ଡ କପରେ ଉତ୍କର୍ସ ପଦର୍ଶନ କରିଥିଲେ । ୨୦୦୭ରେ ସେ ବିଶ୍ୱ କପ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଲଗାତାର ଭାବେ ଗୋଟିଏ ଓଭରରେ ଛକାର ବର୍ଷା କରିଥିବାରୁୁ ସେ ବହୁତ ଲୋକ ପ୍ରୀୟ ହୋଇଗଲେ ।
ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ହାର ମାନିନଥିଲେ ଯୁବରାଜ
କ୍ରିକେଟର ରାଜା କୁହାଯାଉଥିବା ୟୁଭିଙ୍କ ପାଇଁ ୨୦୧୧ ମସିହା ବିପଦ ପୂର୍ଣ୍ଣ ଥିଲା। କାରଣ ସେହି ମସିହାରେ ସେ ଫୁସଫୁସ କ୍ୟାନସର ଭଳି ମାରାତ୍ମକ ରୋଗରେ ପଡିତ ହୋଇ ଆମେରିକାର ବୋଷ୍ଟନ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଶେଷ କେମୋ ଥେରାପି ନେଇ ମାର୍ଚ୍ଚ ୨୦୧୨ରେ ସେ ହସ୍ପିଟାଲରୁ ଡିସଚ୍ଚାର୍ଜ ହେଲେ ଓ ଏପ୍ରିଲରେ ଭାରତକୁ ଫେରିଥିଲେ । ସମ୍ପୂର୍ଣ୍ଣ ରୋଗମୁକ୍ତ ହେବା ପରେ ୟୁଭି ୨୦୧୨ରେ ଟ୍ୱେଣ୍ଟି ଟ୍ୱେଣ୍ଟି ୱାର୍ଲଡକପ ମ୍ୟାଚ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିଥିଲେ । ଏହାପରେ ୩୦ନଭେମ୍ବର ୨୦୧୬ରେ ତାଙ୍କ ଜୀବନରେ ପୁଣି ଏକ ଖୁସି ଆସିଥିଲା ଆଉ ତାହା ହେଉଛି ବଲିଉଡର ଚର୍ଚ୍ଚିତ ନାୟିକା ହାଜେଲ କିଚଙ୍କ ସହ ୟୁଭି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
କେଉଁ କେଉଁ ପୁରସ୍କାର ପାଇଛନ୍ତି ଯୁବରାଜ
୨୦୧୨ରେ ଯୁବରାଜଙ୍କୁ ଭାରତ ସରକାରଙ୍କ ସର୍ବୋଚ୍ଚ କ୍ରୀଡା ସମ୍ମାନ ‘ଅର୍ଜୁନ’ ଆଓ୍ଵାର୍ଡ ମିଳିଥିଲା ଓ ୨୦୧୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।