Odisha News
.

ମୟୂରଭଞ୍ଜ: ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଣା ଦୋକାନରୁ ଲୁଟିବାକୁ କରୁଥିଲେ ଉଦ୍ୟମ, ଲୋକେ ଦେଲେ ଉତ୍ତମ ମଧ୍ୟମ

ମୟୂରଭଞ୍ଜ(କେନ୍ୟୁଜ୍):   ଅଶାନ୍ତ ମୟୂରଭଞ୍ଜ । ଦିନ ଦ୍ୱିପହରରେ ଗୁଳି ଫୁଟାଇ ଗହଳା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ । ଲୁଟ କରି ଖସି ପଳାଉଥିବା ବେଳେ ୩ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହ ନିସ୍ତୁକ ମାଡ ମାରିଛନ୍ତି । ତେବେ ଘଟଣା ସ୍ଥଳରୁ ଅନ୍ୟ ୩ ଲୁଟେରା ଫେରାର ହୋଇଛନ୍ତି । ଘଟଣା ଘଟିଛି ବୈଶିଙ୍ଗା ଥାନା ବୈଶିଙ୍ଗା ଛକରେ । ଆଜି ଦିନ ୨ଟା ବେଳେ ୨ଟି ବାଇକରେ ଛଅ ଜଣ ଲୁଟେରା ବାଇକରେ ଆସି ବୈଶିଙ୍ଗା ବିଶ୍ୱକର୍ମା ଗହଣା ଦୋକାନରେ ଗୁଳିମାଡ କରି ଲୁଟ କରିଥିଲେ । ଗୁଳିମାଡରେ ଦୋକାନ ମାଲିକ ଧ୍ରବଚରଣ ମହାରଣା ଏବଂ ତାଙ୍କ ପୁଅ ଲିଟୁ ଗୁରୁତର ଆହତ ହୋଇଛନ୍ତି । ମୟୁରଭଞ୍ଚ ଏସପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Loading...

Leave A Reply

Your email address will not be published.