କେନ୍ଦୁଝର: ଘରେ ପଶି ଜଣେ କଲେଜ ପଢୁଆ ଝିଅକୁ ହାଣି ହତ୍ଯାକଲେ ଦୁର୍ବୃତ୍ତ

ଆନନ୍ଦପୁର(କେନ୍ୟୁଜ୍): ମହୁଲିଡିହା ଥାନା ଧାତିକିଡିଆ ଗାଁ ରେ ଘରେ ପଶି ଜଣେ କଲେଜ ପଢୁଆ ଝିଅ କୁ ହାଣି ହତ୍ୟା କରିଛନ୍ତି କେହି ଦୁର୍ବୃତ୍ତ। ଘରେ କେହି ନଥିବାର ସୂଯୋଗ ରେ ଏହି ହତ୍ୟାକାଣ୍ଡ କରାଯାଇଛି। ହତ୍ୟାକାଣ୍ଡ ର କୌଣସି ସଠିକ୍ କାରଣ ଜଣାପଡିବ ନାହିଁ । ଆଜି ଧାତିକିଡିଆ ଗାଁର ସୁନିଲ ସିଙ୍କୁ ନିଜ ସ୍ତ୍ରୀ ଜେମାମଣି ସହ ଖରାବେଳେ ଗାଁ ନିକଟସ୍ଥ ସାତକୋଶିଆ ହାଟକୁ ଯାଇଥିଲେ ।

ଘରେ ଏକାକୀ ରହିଥିଲା କଲେଜରେ +୨ ପଢୁଆ ଝିଅ ସୁନୟନା । ଉଭୟ ସ୍ବାମୀ ସ୍ତ୍ରୀ ହାଟସାରି ଫେରିବା ବେଳେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା । ସଙ୍ଗେ ସଙ୍ଗେ ତାକୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ପୋଲିସ ଖବର ପାଇ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.