Odisha News
.

ଗଞ୍ଜାମ: ବମକେଇ ଗାଁରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ରାସ୍ତାମଝିରେ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଫେରାର

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ବମକେଇ ଗାଁରେ ଯୁବକ ନିରାକାର ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ନିରାକାର କୌଣସି କାମରେ ବମକେଇ କଲେଜ ରାସ୍ତାରେ ଯାଉଥିବା ବେଳେ ଅତର୍କିତ ଭାବେ ତିନିଜଣ ଯୁବକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ । ନିଜକୁ ବଞ୍ଚାଇବା ପାଇଁ ନିରାକାର ଦୌଡ଼ି ଚାଲିଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।

ନିରାକାରଙ୍କୁ ପ୍ରଥମେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ସ୍ଥଳରେ ଏକ ସିସିଟିଭିରେ ଆକ୍ରମଣ ଘଟଣା କଏଦ ହୋଇଛି । ପୋଲିସ୍‌ ଗାଁରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଆହତଙ୍କ ପକ୍ଷରୁ ଆକ୍ରମଣକାରୀଙ୍କ ଫଟୋ ଜାରି ହୋଇଛି । ଆହତ ନିରାକାର ବିଜେଡିର ଜଣେ ସମର୍ଥକ ବୋଲି ଜଣାପଡ଼ିଛି ।.

 

Loading...

Leave A Reply

Your email address will not be published.