ମଟର ସାଇକେଲ ଦୁର୍ଘଟଣାରେ ମାମୁଁ ମୃତ ଭଣଜା ଗୁରୁତର

ଅନୁଗୁଳ : ଅନୁଗୁଳ ଆଠମଲ୍ଲିକ ଲାଉପାଳଠାରେ ବୁଧବାର ସକାଳେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କଇରିଘାଟି ଗାଁର ଛବିନାରାୟଣ ପ୍ରଧାନ ବୁଧବାର ମାଧପୁର ହାଟକୁ ଯାଇଥିଲେ । ହାଟ ସାରି ଫେରିବା ବେଳକୁ ନିଜ ଭଣଜା ସହିତ ଦେଖା ହେଇଥିଲା ।

ଭଣଜା ସ୍ୱାଧୀନ ସାହୁ ସହିତ ସେ ମୋଟର ସାଇକେଲରେ ଆଠମଲ୍ଲିକ ଫେରୁଥିବା ସମୟରେ ଲାଉପାଳ ନାଳ ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲଟି ଦୁର୍ଘଟଣା ହୋଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ଛବିନାରାୟଣ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ସ୍ଵାଧୀନଙ୍କୁ ଆଠମଲ୍ଲିକ ପୋଲିସ ସହାୟତାରେ ଆଠମଲ୍ଲିକ ମେଡିକାଲକୁ ପାଠାଯାଇଛି । ଗୁରୁତର ସ୍ୱାଧୀନ ସାହୁର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡିଛି ।

Leave A Reply

Your email address will not be published.