ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ଼ ରାଣୀ ତଥା ସାଂସଦ ସଂଗୀତା କୁମାରୀ ସିଂହଦେଓ ତିଆରି କଲେ ମାସ୍କ, କହିଲେ ଏମିତି କଥା

କେନ୍ୟୁଜ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ କେନ୍ଦ୍ର ମିଳିତ ଭାବେ ଲଢେଇ ଜାରିରଖିଥିବା ବେଳେ, ଏଥିରୁ ବାଦ ପଡ଼ିନାହାନ୍ତି ପାଟଣାଗଡ଼ର ରାଣୀ ତଥା ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ।ବାର୍ତ୍ତମାନ ସମୟରେ ଏହି କରୋନା ଦାଉରୁ ରକ୍ଷା ପିଇବା ପାଇଁ ଲୋକଙ୍କ ପ୍ରମୁଖ ଆବଶ୍ୟକତା ହୋଇପଡିଛି ମାସ୍କ ।ଯାହାକୁ ଅନେକ ସ୍ୱେଚ୍ଛାସେଵୀ ଅନୁଷ୍ଠାନ ସିଲାଇ କରି ମାଗଣାରେ ଲୋକଙ୍କୁ ଯୋଗାଇଦେଉଥିବା ବେଳେ ଏବେ ପାଟଣାଗଡର ରାଣୀ ନିଜକୁ ମଧ୍ୟ ଲୋକଙ୍କ ସେବାରେ ନିୟୋଜିତ କରିଛନ୍ତି ।

ଏହି ଲକଡାଉନ ସମୟରେ ଯେତିକି ସମୟ ମିଳୁଛି ସେ ସମୟରେ ନିଜ ପାଇଁ ଓ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି । ଯାହାର ଫଟୋକୁ ଟ୍ୱିଟରରେ ସେଆର କରିଛନ୍ତି ରାଣୀ। ସେ ଟ୍ୱିଟରରେ ଲେଖିଛନ୍ତି ଯେ ‘ମୋ ଦେଶ ପାଇଁ ଅଳ୍ପ କିଛି କରୁଛି। ନିଜ ପାଇଁ ଓ ଆବଶ୍ୟକ ଥିବା ଅନ୍ୟ ଲୋକଙ୍କ କାମରେ ଲାଗିବାକୁ ଥିବା ମାସ୍କ ତିଆରି କରୁଛି। ସମସ୍ତଙ୍କୁ ମୋର ଅନୁରୋଧ ସାଂପ୍ରତିକ ପରିସ୍ଥିତିକୁ ଦେଖି ଯେତିକି ପାରୁଛନ୍ତି ଦେଶ ପାଇଁ କିଛି ନା କିଛି କରନ୍ତୁ । ଆମ ସମସ୍ତଙ୍କ ପ୍ରଚେଷ୍ଟାର ମିଳିତ ପ୍ରଭାବ ଦେଶ ଉପରେ ବଡ଼ ଆକାରରେ ପଡ଼ିବ।’

Leave A Reply

Your email address will not be published.