Odisha News

IPL ଫାଇନାଲ ୨୦୧୯: ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ

ଆଇପିଏଲ୍‌ ଫାଇନାଲ ଫାଇଟ୍‌ରେ ଦେଖିବାକୁ ମିଳିଲା ହାଇଭୋଲ୍‌ଟେଜ୍‌ ଟକ୍କର । ଶେଷ ବଲ୍‌ରେ ମାତ୍ର ଏକ ରନ୍‌ରେ ହାରିଲା ଚେନ୍ନାଇ ସୁପରକିଙ୍ଗସ୍‌ । ଚତୁର୍ଥ ଥର ପାଇଁ ଆଇପିଏଲ୍‌ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ । ନାଟକୀୟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ମୁମ୍ବାଇ । ଏହି ବିଜୟ ଲକ୍ଷ୍ୟ ନେଇ ପ୍ରଥମେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ । ଶେଷ ଓଭରରେ ବୋଲିଂ କରିଥିଲେ ମାଲିଙ୍ଗା । ଶେଷ ବଲ୍‌ରେ ବିଜୟ ପାଇଁ ଚେନ୍ନାଇକୁ ଆବଶ୍ୟକ ଥିଲା ୨ରନ୍‌ । ହେଲେ ମାଲିଙ୍ଗାଙ୍କ ଶିକାର ହୋଇଥିଲେ ସର୍ଦ୍ଦଲ ଠାକୁର । ପ୍ରଥମ ତିନିଟି ବଲ୍‌ରେ ଚେନ୍ନାଇ ୪ ରନ୍‌ ସଂଗ୍ରହ କରିଥିଲା । ପଞ୍ଚମ ବଲ୍‌ରେ ସର୍ଦ୍ଦଲ ଠାକୁର ୨ ରନ୍‌ କରିଥିଲେ । ହେଲେ ଶେଷ ବଲ୍‌ରେ ଦୁଇ ରନ୍‌ ଆବଶ୍ୟକ ଥିବା ବେଳେ ମାଲିଙ୍ଗାଙ୍କ ଶିକାର ହୋଇଥିଲେ । ଫଳରେ ୧୪୮ ରନ୍‌ କରିବାରେ ହିଁ ସକ୍ଷମ ହୋଇଥିଲା ଚେନ୍ନାଇ । ଏହି ବିଜୟ ସହ ମୁମ୍ବାଇ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ମୁକୁଟ ପିନ୍ଧିଛି ।

IPL-Final-Sandesh ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୮ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା । ଦଳ ପ୍ରଥମରୁ ଭଲ ବ୍ୟାଟିଂ କରି ଆରମ୍ଭ କରି ପ୍ରଥମ ୩ ଓଭରରେ ୩୦ରନ କରିଥିଲା । ତେବେ ଡିକକ ଓ ରୋହିତ ଶର୍ମା ଆଉଟ ହେବା ପରେ ଚାପରେ ରହିଥିଲା ମୁମ୍ବାଇ ଇଣ୍ଡିଆନ୍‌ସ । କିନ୍ତୁ କିରନ ପୋଲାର୍ଡଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା । ପୋଲାର୍ଡ ୨୫ଟି ବଲରୁ ୩ଟି ଛକା ଓ ୩ଟି ଚୌକା ବଳରେ ୪୧ ରନର ପାଳି ଖେଳିଥିଲେ । ଚେନ୍ନାଇ ପକ୍ଷରୁ ଦୀପକ ଚହର ୪ଓଭର ବୋଲିଂ କରି ୨୬ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.