ଏବେ ଡ୍ରୋନ୍‌ ଦ୍ୱାରା ହେବ କରୋନା ଭ୍ୟାକ୍ସିନ୍‌ର ଡେଲିଭରି, ସ୍ୱାସ୍ଥ୍ୟ ମନ୍ତ୍ରୀ ଆରମ୍ଭ କଲେ ପ୍ରୋଜେକ୍ଟ

ଏଣିକି ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ସହଜ ହେବ। କାହିଁକିନା, ଏହି ଅଞ୍ଚଳମାନଙ୍କରେ ଏବେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଇ ପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ Indian Council of Research(ICMR)ର Drone Response and Outreach ଆରମ୍ଭ କରିଛନ୍ତି, ଯାହା ପରେ ବର୍ତ୍ତମାନ ଡ୍ରୋନ୍ ଦ୍ୱାରା ଭ୍ୟାକ୍ସିନ୍‌ ସେଣ୍ଟରକୁ ଟିକା ପହଞ୍ଚା ଯିବ।

ICMRର ଏହି ପାଇଲଟ୍ ପ୍ରୋଜେକ୍ଟ ବର୍ତ୍ତମାନ ନାଗାଲାଣ୍ଡ, ମଣିପୁର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆରମ୍ଭ ହେଉଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟା କହିଛନ୍ତି ଯେ ଦକ୍ଷିଣ ଏସିଆରେ ଡ୍ରୋନର ଏହା ପ୍ରଥମ ବ୍ୟବସାୟିକ ଉଡ଼ାଣ। ୩୧ କିଲୋମିଟରର ଦୂରତା ୧୩-୧୫ ମିନିଟରେ ତୟ କରାଯାଇଛି।

ମାଣ୍ଡଭିୟା ଆଉ ମଧ୍ୟ କହିଛନ୍ତି, ଡ୍ରୋନ୍ କେବଳ ଟିକା ଯୋଗାଣ ପାଇଁ ବ୍ୟବହୃତ ହେବ ନାହିଁ, ଭବିଷ୍ୟତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ରକ୍ତ ନମୁନା ପରିବହନ ପାଇଁ ବ୍ୟବହୃତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.