ସତହେଲା ଜେଜେଙ୍କ ଭବିଷ୍ୟବାଣୀ, ୧୮ ବର୍ଷ ବୟସ୍କ ନାତି ଲଟେରୀରେ ଜିତିଲେ ୮ କୋଟି ଟଙ୍କା

କେବେ କାହାର ଭାଗ୍ୟ ବଦଳିଯିବ ତା’ର କିଛି ଗ୍ୟାରେଣ୍ଟି ନାହିଁ । ଆଖି ପଲକ ମାତ୍ରେ ମହଲରେ ରହୁଥିବା ବ୍ୟକ୍ତି ବି ସଡ଼କ ଉପରକୁ ଚାଲିଆସିଥାଏ ତ ଗରୀବ ରାତାରାତି କୋଟି ପତି ବନିଯାଇଥାନ୍ତି । ଏ ସବୁ ଭାଗ୍ୟର ଖେଳ । ବିଶେଷକରି ଲଟେରୀ ଦୁନିଆରେ କିଛି ବି ଘଟିପାରେ । ଏମିତି ଏକ ଘଟଣା ଘଟିଛି ଆମେରିକାରେ ।

୧୮ ବର୍ଷର ଜଣେ ପିଲା ୧ ମିଲିୟନ ଡଲାର ବା ପ୍ରାୟ ୮ କୋଟି ୨୧ ଲକ୍ଷ ଟଙ୍କା ଲଟେରୀ ଜିତିଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ଯେ ୨ ସପ୍ତାହ ତଳେ ଉକ୍ତ ପିଲାଙ୍କ ଜେଜେ ତାଙ୍କୁ କୋଟି କୋଟି ଟଙ୍କା ଜିତିବାର ଭବିଷ୍ୟବାଣୀ କରିଥିଲେ । ଏକ ଗଣମାଧ୍ୟମରେ ବାହାରିଥିବା ତଥ୍ୟ ଅନୁଯାୟୀ, ଡାଲ୍ଟନ ରେଡଫୋର୍ଡ ଅନ୍ୟ ଏକ ଚାକିରି ତଲାସରେ ଥିବା ବେଳେ ଏକ ଷ୍ଟୋରରୁ ଗୋଟିଏ ଏନର୍ଜି ଡ୍ରିଙ୍କସ ଓ ଦୁଇଟି ସ୍କ୍ରାଚ କାର୍ଡ କିଣିଥିଲେ ।

ସ୍କ୍ରାଚ୍‌ କାର୍ଡରୁ ବଦଳିଗଲା ଭାଗ୍ୟ

ଡାଲ୍ଟନ କହିଥିଲେ, ଯେବେ ସେ ଷ୍ଟୋରର କାର୍‌ ପାର୍କରେ ସ୍କ୍ରାଚ କାର୍ଡର ଯାଞ୍ଚ କଲେ, ସେତେବେଳେ ଜଣାପଡିଲା ଯେ ସେ ୧ ମିଲିୟନ ଡଲାର ଜିତି ଯାଇଛନ୍ତି । ଡାଲ୍ଟନ ନର୍ଥ କେରୋଲିନାରେ ରୁହନ୍ତି । ସେ ଏକ ଷ୍ଟୋରରୁ ଦୁଇଟି କାର୍ଡ କିଣିଥିଲେ । ତାଙ୍କ ଜେଜେ ୨ ସପ୍ତାହ ତଳେ ତାଙ୍କୁ ୧ ମିଲିୟନ ଡଲାରର ଜିତିବା ଟିକେଟ କିଣିବା ନେଇ ଭବିଷ୍ୟବାଣୀ କରିଥିଲେ । ଡାଲ୍ଟନ ଏହି ଅର୍ଥର ସିଂହ ଭାଗ ସଂଚୟ କରିବେ ଓ ଅନ୍ୟ ଅର୍ଥରେ ଏକ କାର୍‌ କିଣିବା ନେଇ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.