ଆଶ୍ଚର୍ଯ୍ୟ ! ଅସୁରକ୍ଷିତ ଗର୍ଭପାତ ଦ୍ୱାରା ପ୍ରତିବର୍ଷ ଦେଢ଼ କୋଟି ମହିଳାଙ୍କର ହେଉଛି ମୃତ୍ୟୁ

ଦେଶର ଅସୁରକ୍ଷିତ ଗର୍ଭପାତ ଦ୍ୱାରା ପ୍ରତି ବର୍ଷ ପ୍ରାୟ ୧.୫ କୋଟି ମହିଳାଙ୍କ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରୁ ସର୍ବାଧିକ ମହିଳା ଅଛନ୍ତି ଉତ୍ତର ପ୍ରଦେଶରେ। ପ୍ରାୟ ପ୍ରତ୍ୟେକଦିନ ହଜାର ହଜାର ଏମିତି ଘଟଣା ଦେଖିବାକୁ ମିଳୁଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଗର୍ଭବତୀ ସଂକୋଚ ଭାବ ନରଖି ସରକାରୀ ହସପିଟାଲ ଯାଆନ୍ତି ତେବେ ଅସୁରକ୍ଷିତ ଗର୍ଭପାତ ଦ୍ୱାରା ମହିଳାଙ୍କର ଜୀବନ ଯାଆନ୍ତାନାହିଁ। ମେଡିକାଲ ଟର୍ମିନେସନ ଅଫ୍‌ ପ୍ରେଗନାନ୍ସୀ ଆକ୍ଟ ଅନୁଯାୟୀ ଗର୍ଭପାତ ସମ୍ପନ୍ଧୀୟ ସୂଚନା କାହାକୁ ବି ଜଣାଯାଏନାହିଁ।

ଧ୍ୟାନରେ ରଖନ୍ତୁ ଗର୍ଭପାତ କରୁଥିବା ମହିଳାଙ୍କ ସମୟ ସୀମା ୪୯ ଦିନ କିମ୍ବା ସାଢ଼େ ଦୁଇ ମାସ ହୋଇଥିବା ଜରୁରୀ। କିନ୍ତୁ ମହିଳାମାନେ ଏହି ସମୟ ସୀମା ଉପରେ ଗୁରୁତ୍ୱ ଦେଉନଥିବାରୁ ମୃତ୍ୟୁମୁଖରେ ପଡୁଛନ୍ତି। ଗର୍ଭପାତ କରିବା ପୂର୍ବରୁ ମହିଳାମାନେ ଗର୍ଭପାତ ବିଷୟରେ ଜଡିତ ଜରୁରୀ ତଥ୍ୟକୁ ଜାଣିବା ନିହାତି ଆବଶ୍ୟକ।

Leave A Reply

Your email address will not be published.