ରାଗରେ ମହିଳା କଲେ ୧.୫୦ଲକ୍ଷ ମେସେଜ୍ , ଏବେ ପୋଲିସ କଲା ଗିରଫ

ଫ୍ଳେରିଡା : ଆମେରିକାରେ ଜଣେ ମହିଳା ପ୍ରତ୍ୟଖ୍ୟାନ ସହ୍ୟ ନକରିପାରି ସ୍କିନ୍ କେୟାର ପ୍ରଡ଼କ୍ଟର ସିଇଓଙ୍କୁ ପାଖାପାଖି ୧.୫୯ଲକ୍ଷ ଥର ମେସେଜ୍ ପଠାଇଛନ୍ତି। ୩୧ ବର୍ଷିୟ ମହିଳା ଏପରି ଧମକ ଭରା ମେସେଜ୍ ପଠାଇଥିଲେ କି, ତାଙ୍କୁ ଏବେ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ ମହିଳା ଜଣଙ୍କ ଫ୍ଲୋରିଡ଼ାର ବାସୀ। ତାଙ୍କର ନାମ ଜ୍ୟାକଲିନ୍ ଏଡିସ୍। ମହିଳା ଜଣଙ୍କ କିଛି ଦିନ ପୂର୍ବେ ପ୍ରଡ଼କ୍ଟ କମ୍ପାନି ସିଇଓଙ୍କୁ ଡେଟିଂ ଆପ୍ ଜରିଆରେ ଭେଟିଥିଲେ। ଯାହାପରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ରିଜେକ୍ଟ କରିଦେଇଥିଲେ।

ଏହି କଥାରେ ଏଡିସ ଖୁବ୍ ରାଗି ଯାଇଥିଲେ। ଯାହା ପରେ ସେ କମ୍ପାନିର ସିଇଓକୁ ମେସେଜ୍ ପଠାଇବା ଆରମ୍ଭ କରିଥିଲେ। ଖାଲି ତାହା ନୁହଁ ବ୍ୟକ୍ତିଙ୍କ କମ୍ପାନିକୁ ଯାଇ ମଧ୍ୟ ବହୁତ ହଙ୍ଗାମା କରିଥିଲେ। ପରେ ଅନେକ ଧମକ ଭରା ମେସେଜ୍ ପଠାଇଥିଲେ। ଏନେଇ ପାଖାପାଖି ୧.୫୯ଟି ମେସେଜ୍ ସେ କରିଥିଲେ। ଯାହାପରେ ଏବେ ମହିଳାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଘଟଣାଟି କିଛି ମାତ୍ରାରେ ନିୟନ୍ତ୍ରିତ ରହିଛି।