ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ : ଏବେବି ଗର୍ଜୁଛି ଟ୍ୟାଙ୍କ, କ୍ଷେପଣାସ୍ତ୍ର ମାଡ଼ରେ କମ୍ପୁଛି ସହର

ଋଷ-ୟୁକ୍ରେନ ଯୁଦ୍ଧକୁ ଆଜି ବର୍ଷଟେ ପୂରିଛି । ଗତ ବର୍ଷ ଫେବୁଆରୀ ୨୪ ତାରିଖ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଆରମ୍ଭ କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହାର କିଛି ଘଣ୍ଟା ପରେ ୟୁକ୍ରେନକୁ ଘେରି ଆକ୍ରମଣ କରିଥିଲା ଋଷ ସେନା ।

ନୂଆଦିଲ୍ଲୀ : ଆଜି ୟୁକ୍ରେନ-ରୁଷ୍‌ ଯୁଦ୍ଧକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରଥିଲା ରୁଷ୍‌ । ସ୍ପେସାଲ ମିଲିଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ । ଏହାରି ଭିତରେ ୟୁକ୍ରେନର ଭିତ୍ତିଭୂମିକୁ ଛାରଖାର କରିଛି ରୁଷ୍‌ ସେନା । ପାଲଟା ଜବାବରେ ରୁଷ ସେନାର ଅଭୁତପୂର୍ବ କ୍ଷତି ଘଟାଇଥିବା ଦାବି କରିଛି ୟୁକ୍ରେନ୍‌ । ପୁଟିନ୍‌ ଭାବିଥିଲେ ମସ୍କୋର ଶକ୍ତି ସାମ୍ନାରେ ବେଶୀ ଦିନ ତିଷ୍ଠି ପାରିବନି କିଭ । ୧୦ରୁ ୧୨ ଦିନ ଭିତରେ ୟୁକ୍ରେନକୁ ହରାଇବାକୁ ପ୍ଲାନ କରିଥିଲେ । କିନ୍ତୁ ଯୁଦ୍ଧ ଆରମ୍ଭରୁ ଆମେରିକା ନେତୃତ୍ୱରେ ନାଟୋ ସଦସ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଅସ୍ତ୍ର ସହାୟତା କରିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅସ୍ତ୍ରଶସ୍ତ୍ରରେ ଦୀର୍ଘ ଏକ ବର୍ଷ ଧରି ରୁଷର କଡା ମୁକାବିଲା କରିଆସୁଛି ୟୁକ୍ରେନ ।

ପାରମ୍ପରିକ ଯୁଦ୍ଧରେ ରୁଷକୁ ଝଟକା ଲାଗିବା ପରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବଢିଛି । ଏପଟେ ପରମାଣୁ ହତିଆର ଧମକରେ ପୂରା ବିଶ୍ୱକୁ ଚମକାଇ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପରମାଣୁ ଶକ୍ତିକୁ ଆହୁରି ବଢାଇବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବି ଆକାଶରୁ ବର୍ଷୁଛି ମିଶାଇଲ । ୟୁକ୍ରେନର ଅନେକ ବଡ଼ ସହରରେ ଉପରେ ଘନଘନ ମିସାଇଲ ମାଡ଼ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ଜାରି ହୋଇଛି ଏୟାର ରେଡ୍‌ ଆଲର୍ଟ । ଶତାଧିକ ମିସାଇଲ ମାଡ କରିଛି କ୍ରେମଲିନ । କିଭରେ ମଧ୍ୟ ବିସ୍ଫୋରଣ ଜାରି ରହିଛି । ଏଯୁଦ୍ଧ କେତେ ଦିନ ଲମ୍ବିବ କେହି କିଛି ଆକଳନ କରି ପାରୁ ନାହାନ୍ତି ।

 

Leave A Reply

Your email address will not be published.