ଶୁଦ୍ଧତା ପରୀକ୍ଷାରେ ଫେଲ ମାରିଲେ ଦେଶର ୧୩ଟି ବ୍ରାଣ୍ଡେଡ଼ ମହୁ

ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ମହୁ କେତେ ବିଶୁଦ୍ଧ ? ମହୁରେ ମିଶା ଯାଉଛି ଚିନି ସିରା । ଦେଶର ପ୍ରମୁଖ ବ୍ରାଣ୍ଡରେ ବିକ୍ରି ହେଉଥିବା ମହୁରେ ଚିନି ସିରା ବ୍ୟବହାର ହେଉଥିବା ଜଣାପଡ଼ିଛି । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭର୍ଣ୍ଣମେଣ୍ଟ-ସିଏସଇ ଏନେଇ ଦାବି କରିଛି । ବଜାରରେ ବିକ୍ରି ହେଉଥିବା ବିଭିନ୍ନ ବ୍ରାଣ୍ଡର ମହୁ ଶୁଦ୍ଧତା ପରୀକ୍ଷାରେ ବିଫଳ ହୋଇଛି ।

ସିଏସ୍‌ଇ ପକ୍ଷରୁ କରାଯାଇଥିବା ୧୩ଟି ବ୍ରାଣ୍ଡର ମହୁରୁ ୧୦ଟି ଶୁଦ୍ଧତା ପରୀକ୍ଷାରେ ଫେଲ ହୋଇଛି । ଏମିତିକି ଡାବର, ପତଞ୍ଜଳି, ବୈଦ୍ୟନାଥ, ଝଣ୍ଡୁ, ହିତକାରୀ ଆଦି କମ୍ପାନୀର ମହୁ ନ୍ୟୁକ୍ଲିୟର ମାଗ୍‌ନେଟିକ୍‌ ରିଜୋନାନ୍ସ ଟେଷ୍ଟରେ ଫେଲ ହୋଇଥିବା ଜଣାପଡ଼ିଛି । ପରୀକ୍ଷଣ ବେଳେ ଜଣାପଡ଼ିଛି ଯେ, ମହୁରେ ୭୭ ପ୍ରତିଶତ ଚିନି ସିରା ମିଶାଯାଉଛି ।

 

 

You might also like