ଇଂଲଣ୍ଡରେ ନୂଆ ଯାତ୍ରା ନିୟମ, ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ଭାରତୀୟଙ୍କ ପାଇଁ ୧୦ ଦିନର କ୍ୱାରେଣ୍ଟାଇନ୍‌ ଜରୁରୀ

କରୋନା ଭାଇରସ୍‌ ମାମଲାକୁ ନଜରରେ ରଖି ବ୍ରିଟେନ୍‌ରେ ନୂଆ ଯାତ୍ରା ନିୟମରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ୍‌ ଭାରତୀୟଙ୍କୁ ୟୁକେରେ ଟିକା ନେଇଥିବା ବ୍ୟକ୍ତି ହିସାବରେ ଗଣାଯିବ ନାହିଁ, ଅର୍ଥାତ୍‌ ଏହାକୁ ଟିକାକରଣ ବୋଲି ଧରାଯିବ ନାହିଁ। ଏହି କାରଣରୁ ସେମାନଙ୍କୁ ୧୦ ଦିନ ଯାଏ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ୟୁକେ ସରକାର କହିଛନ୍ତି କି, ଯଦି କୌଣସି ବ୍ୟକ୍ତି ଆଫ୍ରିକା, ଦକ୍ଷିଣ ଆମେରିକା, ୟୁଏଇ, ଭାରତ, ତୁର୍କୀ, ଜାର୍ଡନ, ଥାଇଲାଣ୍ଡ, ରୁଷ ସହ ଅନ୍ୟ କେତେକ ଦେଶରେ ଟିକା ନେଇଛନ୍ତି, ତା’ହେଲେ ତାଙ୍କୁ ଟିକା ନେଇ ନ ଥିବା ବ୍ୟକ୍ତି ହିସାବରେ ଗଣାଯିବ, ଯାହାଫଳରେ କି, ସେମାନଙ୍କୁ କ୍ୱାରେଣ୍ଟିନ୍‌ ନିୟମ ପାଳନ କରିବାକୁ ହେବ।

ଇଂଲଣ୍ଡ ଯାତ୍ରା ପୂର୍ବରୁ ଆପଣଙ୍କୁ କ’ଣ କରିବାକୁ ହେବ

-ଯାତ୍ରାର ୩ ଦିନ ପୂର୍ବରୁ କୋଭିଡ୍‌ ଟେଷ୍ଟ କରାନ୍ତୁ।

ଇଂଲଣ୍ଡ ପହଞ୍ଚିବା ପରେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ

-ଇଂଲଣ୍ଡ ପହଞ୍ଚିବାର ଦ୍ୱିତୀୟ ଦିନ ଏବଂ ୮ମ ଦିନରେ କରୋନା ଯାଞ୍ଚ କରାନ୍ତୁ। ଏଥିପାଇଁ ଆପଣଙ୍କୁ ହିଁ ପଇସା ଭରଣା କରିବାକୁ ହେବ।

-ଘରେ କିମ୍ବା ଯେଉଁ ସ୍ଥାନରେ ଆପଣ ୧୦ ଦିନ ପାଇଁ ରହୁଛନ୍ତି, ସେଠାରେ କ୍ୱାରେଣ୍ଟିନ୍‌ରେ ରୁହନ୍ତୁ।

-ଇଂଲଣ୍ଡରେ ପହଞ୍ଚିବାର ଶେଷ ୪୮ ଘଣ୍ଟା ଭିତରେ ନିଜର ଯାତ୍ରୀ ଲୋକେଟର ଫର୍ମ ଭରନ୍ତୁ।

ୟୁକେ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଟିକାକୃତ ଭାବେ ଗଣା ଯାଉଥିବା ବ୍ୟକ୍ତିଙ୍କୁ ଏହା କରିବା ଦରକାର ନାହିଁ

-ପ୍ରସ୍ତାନ ପୂର୍ବ କରୋନା ଯାଞ୍ଚ

-୮ମ ଦିନରେ କରୋନା ଯାଞ୍ଚ

-ଇଂଲଣ୍ଡ ପହଞ୍ଚିବା ପରେ ୧୦ ଦିନ ପାଇଁ କ୍ୱାରେଣ୍ଟାଇନ୍‌

ଯେଉଁ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟିକାକୃତ ବୋଲି ଧରାଯିବ, ସେମାନେ ଏହା କରିବେ

-ଇଂଲଣ୍ଡ ପହଞ୍ଚିବାର ଦ୍ୱିତୀୟ ଦିନ କରୋନା ଯାଞ୍ଚର ଭରଣା

-ଇଂଲଣ୍ଡ ପହଞ୍ଚିବାର ପ୍ରଥମ ୪୮ ଘଣ୍ଟାରେ କୌଣସି ବି ସମୟ ନିଜ ଯାତ୍ରୀ ଲୋକେଟର ଫର୍ମ ଭରନ୍ତୁ।

-ପହଞ୍ଚିବା ପରେ ଦ୍ୱିତୀୟ ଦିନ କିମ୍ବା ଏଥି ପୂର୍ବରୁ କୋଭିଡ୍‌ ଯାଞ୍ଚ କରାନ୍ତୁ।

ୟୁକେର ଯାତ୍ରା ନିୟମ ଦେଶଗୁଡ଼ିକୁ ୩ ଅଲଗା ଅଲଗା ଶ୍ରେଣୀରେ ବିଭାଜିତ କରିଛି। ସେଗୁଡ଼ିକ ହେଲା ଗ୍ରୀନ୍‌, ଏମ୍ବର ଓ ରେଡ୍‌। ଭାରତକୁ ଏମ୍ବର ଶ୍ରେଣୀରେ ରଖାଯାଇଛି। ୟୁକେ ସରକାରଙ୍କ େଓ୍ଵବ୍‌ସାଇଟ ମୁତାବକ, ସୋମବାରଠାରୁ ଇଂଲଣ୍ଡର ଆନ୍ତର୍ଜାତିକ ଯାତ୍ରାର ନିୟମ ରେଡ୍‌, ଏମ୍ବର ଓ ଗ୍ରୀନ୍‌ ଏକାକୀ ରେଡ୍‌ ଲିଷ୍ଟରେ ବଦଳିଯିବ। ଯେଉଁ ଦେଶ କିମ୍ବା ଅଞ୍ଚଳ ରେଡ୍‌ ଲିଷ୍ଟରେ ନାହିଁ, ସେଠାକାର ଯାତ୍ରୀଙ୍କ ଟିକାକରଣ ସ୍ଥିତି ଉପରେ ତାଙ୍କ ଯାତ୍ରା ନିର୍ଭର କରିବ।