ଚୀନ: ୨୧ ମହଲା ବିଲିଡିଂରେ ଲାଗିଲା ଭୀଷଣ ନିଆଁ, ୧୦ ମୃତ ଅନେକ ଆହତ

ଚୀନର ଶିନଜିୟାଙ୍କ ଉଇଗରରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଉରୁମକୀରେ ଗୁରୁବାର ରାତିରେ ୨୧ ମହଲା ବିଲିଡିଂରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେହିପରି ନିଆଁ କେଉଁ କାରଣରୁ ଲାଗିଛି, ତାହା ଜଣାପଡିନାହିଁ।

ଏହା ପୂର୍ବରୁ ୨୨ ନଭେମ୍ବରରେ ସେଣ୍ଟ୍ରାଲ ଚୀନର ହେନାନ ପ୍ରାନ୍ତରେ ନିଆଁ ଲାଗିବା ଯୋଗୁଁ ୩୬ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଅନ୍ୟାଙ୍ଗ ସହରର କାରଖାନାରେ ହୋଇଥିଲା। ଏଥିରେ ୨ ଜଣ ଲୋକ ଆହତ ହୋଇଥିଲେ। ଘଯଣଶ ପରେ ଦମକଳ ବାହିନୀର ୬୩ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ଅନେକ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରାତି ୯ .୧୯ ରେ ଅଗ୍ନିଶମ ବିଭାଗ ଏହି ଘଟଣାର ସୂଚନା ପାଇଥିଲା। ପ୍ରାୟ ୪୦ ଟି ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭାଇବା କାମ ଜାରି ରଖିଛନ୍ତି। ଗତକାଲି ରାତିରୁ ଏହି ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ନିଆଁ ଲିଭାଇବା ପାଇଁ ରିମୋଟ କଣ୍ଟ୍ରୋଲ ଅଗ୍ନି ଯୁଦ୍ଧ ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାରୁ ବାହାରିଥିବା ଚିତ୍ର ଭୟଙ୍କର । ଏପରି ପରିସ୍ଥିତିରେ, ଏହା ଅନୁମାନ କରାଯାଇପାରେ ଯେ ଏହି ଦୁର୍ଘଟଣାରେ ବହୁତ କ୍ଷୟକ୍ଷତି ହୋଇଥିବ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସହ ଜଡିତ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ସେପଟେ, ଚୀନରେ ମାଡୁଛି କରୋନା । ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଭୟଙ୍କର ସ୍ଥିତି । ଆଜି ଦିନକରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୩୧ହଜାର ୪୫୪ ସଂକ୍ରମିତ । ମହାମାରୀ ବ୍ୟାପିବା ଦିନଠୁ ଚୀନରେ ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇ ନଥିଲେ । ୨୭ ହଜାର ନୂଆ ସଂକ୍ରମିତଙ୍କ ପାଖରେ କୌଣସି ଲକ୍ଷଣ ନାହିଁ । ଏନେଇ ଚୀନର ନ୍ୟାସନାଲ୍‌ ହେଲ୍‌ଥ ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମଣରେ ରୋକ ଲଗାଇବାକୁ ଫେରିଛି ଲକଡାଉନ୍‌ । ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯାଇଛି । ଗତ ଏପ୍ରିଲରେ ଚୀନରେ ଦୈନିକ ସର୍ବାଧିକ ୨୯ହଜାର ୩୯୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଲକଡାଉନ୍‌ ଘୋଷଣା ପରେ ଗତକାଲି ଚୀନ୍‌ ଆଇଫୋନ୍‌ ସିଟିରେ ବ୍ୟାପକ ହିଂସା ହୋଇଛି । ଲକଡାଉନ୍‌ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଲୋକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.