ଭାରତର ‘କୋହିନୂର’ ରତନ ଟାଟାଙ୍କ ବିଷୟରେ ୧୦ଟି କଥା

ରତନ ଟାଟାଙ୍କ ଦେହାନ୍ତରେ ପୂରା ଦେଶ ଶୋକରେ ବୁଡ଼ି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ନେତା ଏବଂ ବ୍ୟକ୍ତିବିଶେଷ ତାଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆସନ୍ତୁ ଜାଣିବା ରତନ ଟାଟାଙ୍କ ଜୀବନ ସହ ଜଡ଼ିତ ୧୦ଟି କଥା ।

୧. ରତନ ଟାଟା ମଦ୍ୟପାନ ଓ ଧୂମପାନକୁ ଆଦୌ ପସନ୍ଦ କରୁ ନ ଥିଲେ । ଏହା ଥିଲା ତାଙ୍କର ସବୁଠାରୁ ଭଲ ଗୁଣ । କୁହାଯାଏ, ବିବାହ ପାଇଁ ତାଙ୍କୁ ୩ ଥର ପ୍ରସ୍ତାବ ଆସିଥିଲା, କିନ୍ତୁ ସେ ବିବାହ କରି ନ ଥିଲେ ।

୨. ରତନ ଟାଟାଙ୍କର ୨ ଭାଇ ହେଉଛନ୍ତି ଜିମି ଓ ନୋଏଲ । ତାଙ୍କର ସାବତ ମା’ ସିମୋନ ଟାଟା ମଧ୍ୟ ଜୀବିତ ଅଛନ୍ତି ।

୩. ଦକ୍ଷିଣ ମୁମ୍ବାଇରେ କାମ୍ପିୟନ ସ୍କୁଲ, କ୍ୟାଥେଡ୍ରଲ ଓ ଜନ୍‌ କାନନ ସ୍କୁଲ ଏବଂ ଶିମ୍‌ଲାରେ ବିଶପ୍‌ କଟନ ସମେତ ୩ଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ରତନ ଟାଟା ଅଧ୍ୟୟନ କରିଥିଲେ ।

୪. ଅଧ୍ୟୟନ କରିବା ସମୟରେ ସଙ୍ଗୀତ ଉସ୍ତାଦ ଜୁବିନ ମେହତା, ବିଜନେସ୍‌ ମ୍ୟାଗ୍ନେଟ୍‌ ଅଶୋକ ବିର୍ଲା, ରାହୁଲ ବଜାଜ, ଡ୍ୟୁକ୍‌ ମାଲିକ ଦିନାଶ ପଣ୍ଡଲେଙ୍କ ଭଳି ଅନେକ ବଡ଼ ଚେହେରା ରତନ ଟାଟାଙ୍କ ସହପାଠୀ ଥିଲେ ।

୫. ରତନ ଟାଟାଙ୍କ ନେତୃତ୍ୱରେ ହିଁ ଟାଟା ଗ୍ରୁପ୍‌ର ରାଜସ୍ୱ ୧୯୯୧ରେ ୪ ମିଲିୟନ ଡଲାରରୁ ବଢ଼ି ୨୦୧୨ ସୁଦ୍ଧା ୧୦୦ ବିଲିୟନ ଡଲାର ହୋଇଯାଇଥିଲା ।

୬. ଟାଟା ଗ୍ରୁପ୍‌କୁ ରତନ ଟାଟା ସେହି ଉଚ୍ଚତାରେ ନେଇ ପହଞ୍ଚାଇଛନ୍ତି, ଯେଉଁଠି ବର୍ତ୍ତମାନ ଏହା ଅଟୋମୋବାଇଲ୍‌ ସେକ୍ଟରର ଏକ ଲିଡିଙ୍ଗ୍‌ ପ୍ଲେଟର ହୋଇସାରିଛି ।

୭. ରତନ ଟାଟା ୧୯୬୨ ମସିହାରେ ଟାଟା ଇଣ୍ଡଷ୍ଟ୍ରିଜ୍‌ରେ ଜଣେ ସହକାରୀ ରୂପେ ଯୋଗଦେଇଥିଲେ । ୨୯ ବର୍ଷ ପରେ ସେ ଟାଟା ସନ୍ସର ଅଧ୍ୟକ୍ଷ ହେବା ପାଇଁ ଶୀର୍ଷରେ ପହଞ୍ଚିଥିଲେ ।

୮. ଭାରତ ସରକାର ୨୦୦୮ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ । ୨୦୧୨ରେ ସେ ଟାଟା ସନ୍ସର ଚେୟାରମ୍ୟାନ ରୂପେ ଅବସର ଗ୍ରହଣ କରିଥିଲେ ।

୯. ରତନଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍‌ ବ୍ରିଟିଶ କମ୍ପାନୀ ଟେଟଲିକୁ ୨୦୦୦ରେ ଅଧିଗ୍ରହଣ କରିଥିଲା । ବ୍ରିଟିଶ କାର୍‌ କମ୍ପାନୀ ଜାଗୁଆର୍‌ ଲ୍ୟାଣ୍ଡ ରୋଭରର ଅଧିଗ୍ରହଣ ୨୦୦୮ରେ ହୋଇଥିଲା ।

୧୦. ୧୯୩୭ରେ ଜନ୍ମଗ୍ରହଣ କରିଥିବା ରତନ ଟାଟାଙ୍କ ମାଆ ଓ ବାପା ୧୯୪୮ ମସିହାରେ ଅଲଗା ହୋଇଯାଇଥିଲେ । ଏହାପରେ ତାଙ୍କ ଜେଜେମାଆ ନବାଜବାଇ ଟାଟା ହିଁ ତାଙ୍କୁ ଲାଳନପାଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like