ମଧ୍ୟପ୍ରଦେଶ: ଜବଲପୁରର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ୧୦ମୃତ

ମଧ୍ୟପ୍ରଦେଶ ଜବଲପୁରସ୍ଥିତ ଏକ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସେଠାକାର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିବା ନେଇ ଜଣାଯାଇଛି । ଘଟଣାରେ ଏଯାବତ ୧୦
ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନିଆଁ ଲାଗିଥିବା ନେଇ ଖବର ମିଳିବା ମାତ୍ରେ ଅଗ୍ନିଶମ ବିଭାଗ ଅଧିକାରୀ ମାନେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ସୂଚନା ଥାଉକି, ଖବର ଆକାରରେ ଲେଖାଯିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ । ଏବେ ବି ସେଠାରେ କିଛି ଲୋକ ଫଶି ରହିଥିବା ଜଣାଯାଇଛି । ସେଠାରେ ଥିବା ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ମୃତାହତଙ୍କ ପାଇଁ ସରକାରୀ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ପ୍ରତି ମୃତକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବା ନେଇ ସୂଚନା ଦେଇଛନ୍ତି । ଆହତ ମାନଙ୍କୁ ୫୦
ହଜାର ଟଙ୍କା ଲେଖାଏଁ ଦିଆଯିବ ।

Leave A Reply

Your email address will not be published.