ଆସିଲା ଭୟଙ୍କର ଘୂର୍ଣ୍ଣିଝଡ: ଉଡିଗଲା ଘର, ପୋତିହୋଇଗଲେ ଲୋକ

ପଞ୍ଜାବରେ ଭୟଙ୍କର ଘୂର୍ଣ୍ଣିଝଡ । ଭାଙ୍ଗିଦେଲା ୫୦ରୁ ଅଧିକ ଘର, ପୋତିହୋଇଗଲେ ଲୋକ । ପଞ୍ଜାବର ଫାଜିଲ୍କା ଜିଲ୍ଲାରେ ଶୁକ୍ରବାର ଦିନ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ୧୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ଏଠାରେ ବିଏସଏଫ ଯବାନଙ୍କୁ ନିଯୁକ୍ତ କରାଯାଇଛି ।

ଆସିଲା ଭୟଙ୍କର ଘୂର୍ଣ୍ଣିଝଡ । ଆଉ ଭାଙ୍ଗିଦେଲା ଘର, ପୋତିହୋଇଗଲେ ଲୋକ । ପଞ୍ଜାବର ଫାଜିଲ୍କା ଜିଲ୍ଲାରେ ଶୁକ୍ରବାର ଦିନ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଠାରେ ଥିବା ବୁକେନୱାଲ ଗାଁରେ ଭୟଙ୍କର ଘୂର୍ଣ୍ଣିଝଡ ତାଣ୍ଡବ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଏଥିରେ ୫୦ରୁ ଅଧିକ ଘର ଭାଙ୍ଗିଥିବା ବେଳେ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇପଡିଛି । ଏଠାରେ ଉଦ୍ଧାର ପାଇଁ ବିଏସଏଫ ଯବାନଙ୍କୁ ନିଯୁକ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ପାକିସ୍ତାନ ଆଡକୁ ମାଡିଯାଇଥିଲାଏବଂ ପଞ୍ଜାବର କିଛି ଗ୍ରାମରେ ଏହା ତାଣ୍ଡବ ରଚିଥିଲା । ଗ୍ରାମର ଜଣେ ଅଧିବାସୀ ପ୍ରଦୀପ ସିଂହ କହିଛନ୍ତି ଯେ, ‘ଏହି ଘୂର୍ଣ୍ଣିବଳୟ ଅପରାହ୍ନ ୪ଟା ସମୟରେ ଅଚାନକ ଆକାଶରେ ଦେଖା ଦେଲା ଏବଂ ଏହାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।’ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଘୂର୍ଣ୍ଣିବଳୟ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି ଏବଂ କେତେ ପରିମାଣରେ କ୍ଷୟ ହୋଇଛି ତାର ସଠିକ ଆକଳନ କରାଯାଉଛି ବୋଲି ଫାଜିଲ୍ଲା ଡେପୁଟି କମିଶନର ସେନୁ ଡଗଗାଲ କହିଛନ୍ତି । ଅଧିକାଂଶ ଘରର ଛାତ ଉଡିଯାଇଛି । ଘୂର୍ଣ୍ଣିବଳୟ ଯୋଗୁଁ ଲୋକଙ୍କ ବ୍ୟତୀତ ଅନେକ ଜୀବଜନ୍ତୁ ମଧ୍ୟ ଆହତ ହୋଇଛନ୍ତି ।