ଫୁଟବଲ୍ ଷ୍ଟାଡିୟମ ପାଖରେ ବିସ୍ଫୋରଣ; ୧୦ ମୃତ, ୨୦ରୁ ଅଧିକ ଗୁରୁତର

ଇରାକର ରାଜଧାନୀ ବାଗଦାଦର ଫୁଟବଲ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଫୁଟବଲ ଖେଳିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ମୃତକ ଏବଂ ଆହତଙ୍କ ମଧ୍ୟରେ ଫୁଟବଲ ଖେଳୁଥିବା ଲୋକ ସାମିଲ ରହିଛନ୍ତି।
ରିପୋର୍ଟ ଅନୁଯାୟୀ, ଷ୍ଟାଡିୟମ ନିକଟରେ ପାର୍କିଂ ହୋଇଥିବା ଏକ ଗ୍ୟାସ ଟ୍ୟାଙ୍କରରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖ ଘରର ଝରକା ଓ କବାଟ କମ୍ପିବାକୁ ଲାଗିଲା। ଘଟଣାସ୍ଥଳ ନିକଟରେ ପାର୍କିଂ ହୋଇଥିବା ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଇରାକର ରାଷ୍ଟ୍ରପତି ଅବଦୁଲ ଲତିଫ ରସିଦ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବାକୁ କହିଛନ୍ତି।
Ten killed, more than 20 wounded in explosion in Baghdad https://t.co/1p1IWao1mP pic.twitter.com/UN40uJd8zW
— Reuters (@Reuters) October 30, 2022
ସେହିପରି ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶନିବାର ଦିନ ଏକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ନିକଟରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁଇଟି ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ ଏକ ବିସ୍ଫୋରଣ ଏକ ରେଷ୍ଟୁରାଣ୍ଟ ବାହାରେ ଘଟିଥିବା ଘଟିଥିଲା। ଅନେକ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ଘଟଣାସ୍ଥଳରୁ ଅନେକ ମୃତଦେହ ଅଣାଯାଇଛି ବୋଲି ଆମ୍ବୁଲାନ୍ସ ସେବା ନିର୍ଦ୍ଦେଶକ କହିଛନ୍ତି।
Also Read : ସାଉଥ କୋରିଆରେ ହ୍ୟାଲୋଇନ ଉତ୍ସବରେ ମୃତ୍ୟୁର ତାଣ୍ଡବ; ଦଳାଚକଟାରେ ଅଣନିଶ୍ୱାସୀ ହୋଇ ୧୫୧ ମୃତ, ୧୫୦ ଗୁରୁତର, ୨୭୦ରୁ ଅଧିକ ନିଖୋଜ