ମୁମ୍ବାଇର ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ମୁମ୍ବାଇ: ମୁମ୍ବାଇର ଏକ କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଭାନ୍ଦୁପସ୍ଥିତ ଡ୍ରିମ୍ସ ମଲ୍‌ ସନରାଇଜ୍‌ ହସ୍ପିଟାଲରେ ନିଆଁ ଲାଗି ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ । ତେବେ ପ୍ରାୟ ୭୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ରାତି ପ୍ରାୟ ସାଢେ ୧୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲିଭାଇବାରେ ପ୍ରାୟ ୨୨ ଦମକଳ ନିୟୋଜିତ କରାଯାଇଛି । ଏଯାଏ ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଫାଟି ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି । ଏହି ହସ୍ପିଟାଲଟି ଏକ ମଲରେ ଅବସ୍ଥିତ । ଘଟଣା ପରେ ବିଏମସି ମେୟର ପ୍ରତିକ୍ରିୟା ଦେଇ କହିଛନ୍ତି , ପ୍ରଥମ ଥର ମଲରେ ହସ୍ପିଟାଲ କରାଯାଇଥିବା ଦେଖିଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.